ପଂଜାବ ବିଧାନସଭାରେ ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ
ଚଣ୍ଡିଗଡ, 25 ଫେବ୍ରୁଆରି (ହି.ସ.) - ପଂଜାବ ସରକାର ବିଧାନସଭାର ଦୁଇ ଦିବସୀୟ ବିଶେଷ ଅଧିବେଶନରେ ମଙ୍ଗଳବାର ଦିଲ୍ଲୀରେ ନିକଟରେ ଗଠନ ହୋଇଥିବା ବିଜେପି ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି । ପଂଜାବ ସରକାରଙ୍କ ଅଭିଯୋଗ ଯେ, ଦିଲ୍ଲୀରେ ଗଠନ ବିଜେପି
ପଂଜାବ ବିଧାନସଭାରେ     ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ


ଚଣ୍ଡିଗଡ, 25 ଫେବ୍ରୁଆରି (ହି.ସ.)

- ପଂଜାବ ସରକାର

ବିଧାନସଭାର ଦୁଇ ଦିବସୀୟ ବିଶେଷ ଅଧିବେଶନରେ ମଙ୍ଗଳବାର ଦିଲ୍ଲୀରେ ନିକଟରେ ଗଠନ ହୋଇଥିବା

ବିଜେପି ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି । ପଂଜାବ ସରକାରଙ୍କ ଅଭିଯୋଗ

ଯେ, ଦିଲ୍ଲୀରେ ଗଠନ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପଦଭାଗ ଗ୍ରହଣ କରିବା

ମାତ୍ରେ ହିଁ ନିଜ କାର୍ଯ୍ୟାଳୟରେ ଲାଗିଥିବା ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକର ତଥା

ସହିଦ ଭଗତ ସିଂହଙ୍କ ଫଟୋକୁ କାଢି ଦେଇଛନ୍ତି ।

ପଂଜାବର ସଂସଦୀୟ

କାର୍ଯ୍ୟମନ୍ତ୍ରୀ ଅମନ ଅରୋଡା ମଙ୍ଗଳବାର ଏ ସଂପର୍କରେ ପ୍ରସ୍ତାବ ଆଗତ କରି କହିଛନ୍ତି

ଯେ,ଦିଲ୍ଲୀ ସରକାରର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବାବା

ସାହେବ ଓ ସହିଦ ଭଗତ ସିଂହଙ୍କ ଫଟୋକୁ କାଢିବା ବିଜେପିର ଦଳିତ ଓ ସହିଦଙ୍କ ପ୍ରତି ବିଚାରଧାରାକୁ

ଦର୍ଶାଇଥାଏ ।

ଏ ସଂପର୍କରେ ନିନ୍ଦା

ପ୍ରସ୍ତାବ ପାରିତ କରି ଭାରତର ରାଷ୍ଟ୍ରପତିକୁ ପଠାଯିବ ଏବଂ ଏହା ସୁନିଶ୍ଚିତ କରିବାର ଦାବି

କରାଯିବ ଯେ, ସହିଦଙ୍କୁ ଉଚିତ ମାନ ସମ୍ମାନ ମିଳୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande