ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ
ଆୟକର ଫାଇଲ କରିଥିଲେ ବି     କଟିବନି ରାସନ କାର୍ଡ


ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଆୟକର ଫାଇଲ

କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ

ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା

ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଫିଜିକାଲ ଭେରିଫିକେସନ ପରେ

ନିଷ୍ପତ୍ତି ନିଆଯିବ । ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି ।

କିନ୍ତୁ କାହାର କାର୍ଡ କାଟିବନି । ଲିଷ୍ଟ ଯାଇଛି ଅଧିକାରୀ ମାନଙ୍କ ପାଖକୁ, ସେମାନେ ଡୋର ଟୁ

ଡୋର ବୁଲି ଦେଖିବେ । କାହାର ଆୟ କେତେ ତାପରେ କାର୍ଡ କଟିବ । ଆଜି ବି ଅଧିକାରୀ ମାନଙ୍କୁ

ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ ।

ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ । ଧନୀ ଲୋକ ହାତେଇ ଥିଲେ କଟିବ । ଆଦୌ ବ୍ୟସ୍ତ ହୁଅନ୍ତୁ

ନାହିଁ । ଯଦି କଟିଛି ବିଭାଗକୁ ଜଣାଇବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ତଦନ୍ତ କରି ସେମାନଙ୍କୁ

ସାମିଲ କରାଯିବ । ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ

ନିର୍ଦ୍ଦେଶ ଆସିଛି । ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ । ସେଥିପାଇଁ

ଫିଜିକାଲ ଭେରିଫିକେସନ ହେବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande