ମହାଶିବରାତ୍ରୀରେ ସ୍ପିଡ୍ ପୋଷ୍ଟରେ ପାଇହେବ ଶ୍ରୀ ସୋମନାଥଙ୍କ ପ୍ରସାଦ
ରାଜକୋଟ/ଅହମଦାବାଦ, 25 ଫେବ୍ରୁଆରି (ହି.ସ.) - ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କ ପୂଜାର ବିଶେଷ ଗୁରୁତ୍ୱ ରହିଛି । ପ୍ରତି ଭକ୍ତ ଭଗବାନ ଶିବଙ୍କ ଜ୍ୟୋତିର୍ଲିଙ୍ଗ ରୂପର ର୍ଶନ କରିବା ଏବଂ ଆଶୀର୍ବାଦ ଭାବେ ପ୍ରସାଦ ପ୍ରାପ୍ତ କରିବାର ଇଚ୍ଛା ରଖିଥାଏ । ଏହି ଇଚ୍ଛାକ
ମହାଶିବରାତ୍ରୀରେ ସ୍ପିଡ୍     ପୋଷ୍ଟରେ ପାଇହେବ ଶ୍ରୀ ସୋମନାଥଙ୍କ ପ୍ରସାଦ


ରାଜକୋଟ/ଅହମଦାବାଦ, 25 ଫେବ୍ରୁଆରି (ହି.ସ.)

-

ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କ ପୂଜାର ବିଶେଷ ଗୁରୁତ୍ୱ ରହିଛି । ପ୍ରତି ଭକ୍ତ ଭଗବାନ

ଶିବଙ୍କ ଜ୍ୟୋତିର୍ଲିଙ୍ଗ ରୂପର ର୍ଶନ କରିବା ଏବଂ ଆଶୀର୍ବାଦ ଭାବେ ପ୍ରସାଦ ପ୍ରାପ୍ତ କରିବାର

ଇଚ୍ଛା ରଖିଥାଏ । ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଡାକ ବିଭାଗର ପଦକ୍ଷେପ ଅଧୀନ ସ୍ପିଡ ପୋଷ୍ଟ

ମାଧ୍ୟମରେ ଲୋକେ ଦେଶର କୌଣସି ବି କୋଣରେ ଘରେ ବସି ଗୁଜରାଟର ଶ୍ରୀ ସୋମନାଥ ମନ୍ଦିର,

ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଓ ଉଜ୍ଜୟିନୀର ଶ୍ରୀ ମହାକାଳେଶ୍ୱର ମନ୍ଦିରର ପ୍ରସାଦ ପ୍ରାପ୍ତ

କରିପାରିବେ । ଡାକ ବିଭାଗର ଉତର ଗୁଜରାଟ ତଥା ସୌରାଷ୍ଟ୍ର ଏବଂ କଚ୍ଛ ଅଂଚଳର ପୋଷ୍ଟମାଷ୍ଟର

ଜେନେରାଲ କୃଷ୍ଣ କୁମାର ଯାଦବ କହିଛନ୍ତି ଯେ, ଶ୍ରୀ ସୋମନାଥ ଟ୍ରଷ୍ଟ ଶ୍ରଦ୍ଧାଳୁଙ୍କୁ ତାଙ୍କ

ଘରେ ପହଂଚାଇବା ପାଇଁ ଭାରତୀୟ ଡାକ ବିଭାଗ ସହିତ ସହଯୋଗ କରିଛନ୍ତି । କୌଣସି ବି ଭକ୍ତ

ପ୍ରବନ୍ଧନ, ଶ୍ରୀ ସୋମନାଥ ଟ୍ରଷ୍ଟ, ପ୍ରଭାସ ପାଟନ, ଜିଲ୍ଲା ଜୁନାଗଡକୁ 270 ଟଙ୍କା

ଇ-ମନିଅର୍ଡର ପଠାଇ ସ୍ପିଡ ପୋଷ୍ଟ ମାଧ୍ୟମରେ ପ୍ରସାଦ ମଗାଇପାରିବେ । ପ୍ରସାଦର ବୁକିଂ

ଇ-ମନିଅର୍ଡର ଉପରେ ଲେଖା ହେବା ଆବଶ୍ୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande