ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.)
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ବିଲେଇ ସର୍ଡା ଗ୍ରାମରେ ଥିବା ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇଯାଇଛି।ତେବେ ଭାରତୀୟ ବିଦ୍ୟା ନିକେତନ ପ୍ରତିଷ୍ଠାତା ଶଶିକଳା ସାହୁ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ବେଳେ ଉତ୍ସବର ସଭାପତି ଦେବାଶିଷ କୁମାର ବାବୁ ଙ୍କ ସଭା ପତିତ୍ଵ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଅଧକ୍ଷ ସରୋଜ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ପୁଇଁତଲା ଗୋଷ୍ଠୀ ଶିକ୍ଷାଧି କାରୀ ଲୋକନାଥ ସୁନା ବିଲେଇ ସର୍ଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ଭାରତୀୟ ବିଦ୍ୟା ନିକେତନ ସ୍କୁଲ ସଭାପତି ପ୍ରଫୁଲ୍ଲ ଭୋଇ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀମତି ଶଶିକଳା ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ୧୨ ତମ ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କୁ ନେଇ ଛାତ୍ର ଛାତ୍ରୀ ଙ୍କ ଜୀବନରେ ଅନେକ ମହତ୍ ବାଣୀ ଉଦ୍ଦେଶ୍ୟରେ ନିଜ ମତ ବ୍ୟକ୍ତ କରିଥିଲେ। ତେବେ ବିଲେଇ ସର୍ଡା ଗ୍ରାମ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଥିବା ୧୨ ତମ ବାର୍ଷିକ ଉତ୍ସବ ରେ ପ୍ରଥମେ ବିଗ୍ନ ବିନାଶକ ଶ୍ରୀ ଗଣେଶ ଙ୍କ ଠାରେ ଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ଛାତ୍ର ଛାତ୍ରୀ ଙ୍କ ମଧୁର ସଙ୍ଗୀତ ପରେ ଅତିଥି ବୃନ୍ଦ ବାର୍ଷିକ ଉତ୍ସବ ଛାତ୍ର ଛାତ୍ରୀ ଙ୍କ ଜୀବନ ଶୈଳୀ ରେ କି ପ୍ରକାର ଉନ୍ନତ କରିଥାଏ ତାକୁ ନେଇ ନିଜ ନିଜ ଅଭିବାଦନ ରଖିଥିଲେ। ପରେ ଛାତ୍ର ଛାତ୍ରୀଙ୍କ ନୃତ୍ୟ ସଙ୍ଗୀତ ସହ ତାଙ୍କ ମଧ୍ୟରେ ଥିବା କଳା ଫଳରେ ଦ୍ୱିଗୁଣିତ କରିଥିଲା ବିଦ୍ୟା ନିକେତନ ର ୧୨ ତମ ବାର୍ଷିକ ଉତ୍ସବକୁ। ଭାରତୀୟ ବିଦ୍ୟା ମନ୍ଦିର ର କୃତି ଛାତ୍ର ଛାତ୍ରୀ ଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ।ତେବେ ଭାରତୀୟ ବିଦ୍ୟା ନିକେତନ ରେ ଶିକ୍ଷ୍ୟା କ୍ଷେତ୍ରରେ ପ୍ରାରମ୍ଭ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ସର୍ବମୋଟ ୧୬୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ