ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିଭିନ୍ନ ଅଂଚଳ ରୁ ବେଆଇନି ଭାବରେ ଦୈନିକ ସହସହ ଟ୍ରିପୀ ବାଲି ମାଟି ଟ୍ରକ ଟ୍ରାକ୍ଟର ରେ ବିକ୍ରି ହେଉଛି । ହେଲେ ଏ ଦିଗରେ ବିଭାଗୀୟ ଅଧିକାରି ଦେଖି ଶୁଣି ଚୁପ ରହି ବାଲି ମାଫିଆ ଙ୍କୁ ସହ ଯୋଗ କରିଥିବାର ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ପୂର୍ବରୁ ଏହି ବେଆଇନି ବାଲି କୁ ରୋକିବା ପାଇଁ ତହସିଲ ଓ ପୋଲିସ ଚଡଉ କରୁଥିଲେ ମାତ୍ର ସରକାର ତାଙ୍କ ହାତ ରୁ ଦାଇତ୍ୱ କାଡ଼ିନେଇ ଏବେ ଓଡ଼ିଶା ଖଣି ବିଭାଗ କୁ ଦାୟିତ୍ୱ ଦେଇଛନ୍ତି ।ଫଳରେ ବାଲି ଚୋରୀ ଏବେ ବେଶୀ ମାତ୍ରା ରେ ହେଉଛି, କାରଣ ଭଦ୍ରକ ରେ ଏହି ଅଫିସ ଥିବାରୁ ୩୦ କିଲୋମିଟର ଦୂରରୁ ଆସି ବାଲି ମାଫିଆ କୁ ଧରିବାରେ ସକ୍ଷମ ହୋଇ ପାରୁନାହାନ୍ତି। ଏପରି କି ସେମାନେ ଆସିବା ଆଗରୁ ବାଲି ମାଫିଆମାନେ ସୁଚନା ପାଇ ଗାଡିକୁ ଲୁଚାଇ ଦେଉଛନ୍ତି। ପ୍ରକାଶ ଯୋଗ୍ୟ ଯେ ଧାମନଗର ବ୍ଲକ ର ବୈତରଣୀ ନଦୀର ଆନନ୍ଦପୁର ଠାରୁ ଧୁଶୁରି ଯାଏ ବିଭିନ୍ନ ଘାଟ ରୁ ଦୈନିକ ସହ ସହ ଟ୍ରିପ ବାଲି ଚୋରା ଚାଲାଣ ହେଉଚି ।ଆନନ୍ଦପୁର ର ସିଦ୍ଧେଶ୍ୱର ଘାଟ,ଆନନ୍ଦପୁର , ସେଣ୍ଡପୁର ପୋଲ ଠାରୁ ୨ ସହ ମିଟର ଦୂରରେ ଥିବା ଘାଟ, ମଲିମାହାର ଘାଟ, କଂଟାପାରି ଘାଟ, ବାଲିପାଟଣା ବାସୁଦେବ ଘାଟ, ସାହୁସାହି ଘାଟ ରେ ବେଆଇନି ବାଲି ଉଠା ଯାଇ ବିକ୍ରି କରାଯାଉଛି। ରାତି ଦିନ ବେଫିକର ଭାବେ ଟ୍ରକ ଟ୍ରାକ୍ଟର ରେ ବାଲି ବୁହା ଚାଲିଚି ହେଲେ ରୋକିବା ପାଇଁ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ତେବେ ଏହି ବାଲି ଚୋରୀ କୁ ରୋକିବା ପାଇଁ ଖଣି ବିଭାଗ ବିଭିନ୍ନ ବାଲି ଘାଟ ଅଂଚଳ ରେ ଲୋକ ଙ୍କୁ ସଚେତନ କରାଇ ଚୋରା ବାଲି କୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।ତେବେ ସବୁଠାରୁ ବଡ କଥା ହେଲା ଖଣି ବିଭାଗ ଏବେ ଚୋର ହାତ ରେ ଚାବି କାଠି ଧରାଉ ଥିବା ଦେଖିବାକୁ ମିଳିଛି । ଜେଊ ଠାରେ ଏହି ସଚେତନ କାର୍ଯ୍ୟକ୍ରମ ହେବ ସେହି ଅଞ୍ଚଳ ର ବାଲି ମାଫିଆ ଙ୍କୁ ଲୋକ ଡାକିବା, ଟେଣ୍ଡ, ଟିଫିନ୍ ଦାଇତ୍ୱ ଖଣି ବିଭାଗ ଦେଇ ଥିବା ଦେଖିବାକୁ ମିଳିଛି। ଆନନ୍ଦପୁର ର ଉତେଇପୁର ରେ ଗୁରୁବାର ଦିନ ସଚେତନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ବୁଧବାର ଦିନ ଖଣି ବିଭାଗ ର କର୍ମଚାରି ଉକ୍ତ ଅଂଚଳ ର କେତେକ ବାଲି ମାଫିଆ ଙ୍କୁ ନିଜ ଅଫିସ ବୋଲେର ଗାଡି ରେ ବସାଇ ବୁଲାଉ ଥିବାର ଦେଖିବାକୁ ମିଳିଥିଲା । ଏ ସମର୍କ ରେ ଖଣି ବିଭାଗ ଅଧିକାରି ଅନିଲ ଦାସ ଙ୍କ ସହ ଯୋଗା ଯୋଗ କରିବାରୁ ସଚେତନ ପାଇ ଲୋକ ଙ୍କୁ କୁହା ଯାଉଛି ବୋଲି କହିଥିଲେ। ତେଣେ ବାଲି ସଚେତନ ପାଇଁ ବିଭାଗ ଯେଉ ଉଦ୍ୟମ କରୁଛନ୍ତି ତାହା ଏବେ ପ୍ରହସନ ରେ ପରିଣତ ହୋଇଛି । ଲଘୁ ଖଣିଜ ବିଭାଗ ଏହିସଚେତନ କାର୍ଯ୍ୟକ୍ରମ କୁ ବାଲି ମାଫିଆମାନଙ୍କ ଦ୍ୱାରା ଆୟୋଜନ ଓ ପରିଚାଳନା କରାଯାଉଛି। ଗୁରୁବାର ଦିନ ଉତେଇପୂର ଓ ଶନିବାର ଦିନ ବାଲିପାଟଣା ର ବାସୁଦେବ ପିଠ ରେ ବିଭାଗ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ହେବାକୁ ଥିବ ବେଳେ ସ୍ଥାନୀୟ ଅଂଚଳ ର ବାଲି ମାଫିଆ ମାନେ ଏହି ଦାଇତ୍ୱ ନେଇ ଥିବାରୁ ବାଲି ଚୋରି କେତେ ରୋକା ଯାଇପାରିବ ତାହା ଅନୁମାନ କରା ଯାଇପାରେ । ତେବେ ବାଲି ଚୋରୀ କୁ ରୋକିବାକୁ ହେଲେ ଭଦ୍ରକ ଜିଲାପାଳ ବହୁ ରୁପିରେ ଧାନ ମଣ୍ଡି କୁ ଗଲା ଭଳି ବାଲି ଘାଟ କୁ ଗଲେ ଏହି ବାଲି ଚୋରୀ ରୋକା ଯାଇ ପାରିବି ବୋଲି ବିଭିନ୍ନ ମହଲ ରୁ ଆଲୋଚନା ହେଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ