ଭୁବନେଶ୍ୱର , 26 ଫେବ୍ରୁଆରି (ହି.ସ.)ମହା ଶିବରାତ୍ର ପାଇଁ ଚଳ ଚଞ୍ଚଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ କୋରାପୁଟ ଜିଲ୍ଲାର ବାବା ଗୁପ୍ତେଶ୍ଵର ଧାମ।ଭୋର ସକାଳ ସକାଳୁ ମନ୍ଦିର ଆରେ ଭକ୍ତଙ୍କ ଲାଗିଛି ଲମ୍ବା ଲାଇନ। ଭକ୍ତପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି।ସକାଳୁ ସକାଳୁ ମନ୍ଦିରରପ୍ରବେଶ ଦ୍ୱାରା ଠାରୁ ଚାରି କିମି ପର୍ଯ୍ୟନ୍ତ ଲମ୍ଭା ଲାଇନ ଲାଗିଛି।ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟି ରୁ ପ୍ରଶାସନିକ ସ୍ତରରେ ବ୍ୟାପକ ବନ୍ଦୋବସ୍ତ ହୋଇଛି।ବିଭିନ୍ନ ଜିଲା ସମେତ ବାହାର ରାଜ୍ୟ ଛତିଶଗଡ଼ ଏବଂ ଆନ୍ଦ୍ରପ୍ରଦେଶ ରୁ ମଧ୍ୟ ଗୁପ୍ତେଶ୍ଵର ବାବା ଙ୍କ ଦର୍ଶନ ପାଇଁ ଆସିଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଜାଗ ଥିବା ବେଳେ ପ୍ରଶାସନ ଏବଂ ଦେଵତର କମିଟି ମଧ୍ୟ ସହଯୋଗ କରୁଛି।ସକାଳ ୬ଘଣ୍ଟ ଠାରୁ ସନ୍ଧ୍ୟା ୬.୩୦ ମିନିଟ ମଧ୍ୟ ଭକ୍ତ ମହାଦେବ ଙ୍କ ଦର୍ଶନ କରିପାରିବେ।ରାତି ୮.୩୦ ମିନିଟ ଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ।ରାତି ୧୨ଟା ରେ ହରିହର ଭେଟ ଗାଟ ଶିବବିବାହ ଅନୁଷ୍ଠିତ ହେବ।ରାତି ୨ଟା ରେ ମହା ପ୍ରଭୁ ଙ୍କ ଘାତଦିପ ଉଠିବ।
---------------
ହିନ୍ଦୁସ୍ଥାନ ସମାଚାର / ପବନ