ମହିଳା ଦିବସରେ ରକ୍ତ ଓ ଚକ୍ଷୁଦାନ ଶିବିର
ମହିଳା ଦିବସରେ ରକ୍ତ ଓ ଚକ୍ଷୁଦାନ ଶିବିର ପୁରୀ, 26 ଫେବ୍ରୁଆରି (ହି.ସ.)- ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ଲୋକପ୍ରିୟ ସାମାଜିକ ଅନୁଷ୍ଠାନ ଦି ବେଲ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଚକ୍ରତୀର୍ଥ ରୋଡ ବାଙ୍କିମୁହାଣ ବ୍ରିଜ ନିକଟସ୍
ମହିଳା ଦିବସରେ ରକ୍ତ ଓ ଚକ୍ଷୁଦାନ ଶିବିର


ମହିଳା ଦିବସରେ ରକ୍ତ ଓ ଚକ୍ଷୁଦାନ ଶିବିର

ପୁରୀ, 26 ଫେବ୍ରୁଆରି (ହି.ସ.)- ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ଲୋକପ୍ରିୟ ସାମାଜିକ ଅନୁଷ୍ଠାନ ଦି ବେଲ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଚକ୍ରତୀର୍ଥ ରୋଡ ବାଙ୍କିମୁହାଣ ବ୍ରିଜ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏହି ଶିବିର ଅନୁଷ୍ଠିତ ହେବ । ବିଶେଷକରି ମହିଳା ମାନେ ଜୀବନ ବଞ୍ଚାଇବା ପାଇଁ ରକ୍ତ ଦାନରେ ସାମିଲ ହେବେ । ଏହାସହ କିଛି ମହିଳା ଚକ୍ଷୁଦାନ ପାଇଁ ସମର୍ପିତ ମନୋଭାବ ରଖି ଚକ୍ଷୁଦାନ କରିବେ । ମହିଳାମାନଙ୍କ ସେବାମୟ ମନୋଭାବର ଏକ ସମର୍ପିତ ଉଦ୍ୟମ ବୋଲି ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି । ଏହି ଶିବିରରେ ଅନୁଷ୍ଠାନର ମହିଳା ସଦସ୍ଯଙ୍କ ସହ ସଭ୍ଯ ମାନେ ଯୋଗ ଦେବେ । ଅଧିକ ସଂଖ୍ୟାରେ ମହିଳା ମାନେ ରକ୍ତଦାନ ଓ ଚକ୍ଷୁଦାନ ପରି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ଦି ବେଲ ର ମହିଳା ସଂଗଠିକା ବନିତା ଦୀକ୍ଷିତ ଓ ରାଜଲକ୍ଷ୍ମୀ ଦାସ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande