ପୂର୍ବ ଶତ୍ରୁତାକୁ ନେଇ ଦୃବୁର୍ତଙ୍କ ମରଣାନ୍ତକ ଆକ୍ରମଣ, ବଡବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର
ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ପୂର୍ବ ଶତ୍ରୁତାକୁ ନେଇ କେତେକ ଦୃବୁର୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବାରୁ ଉକ୍ତ ପରିବାରର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା
PURBA SATRUTARU MARANANTAKA AKRAMANA


ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ପୂର୍ବ ଶତ୍ରୁତାକୁ ନେଇ କେତେକ ଦୃବୁର୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବାରୁ ଉକ୍ତ ପରିବାରର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଜଣ ଗୁରୁତର ଆହତ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଣ୍ଡାରିପୋଖରୀ ବ୍ଲକ୍ ମଂଜୁରୀରୋଡ୍ ଫାଣ୍ଡି ଦେଓପଦା (ମେଘା) ଗ୍ରାମନିବାସୀ ନବକିଶୋର ସାହୁଙ୍କ ପରିବାର ଦେଓପଦାରୁ ମେଘାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଖେଳପଡିଆ ନିକଟ ଏକ ନିଛାଟିଆ ସ୍ଥାନରେ ସପରିବାର ରହିଆସୁଛନ୍ତି। ନବକିଶୋରଙ୍କ ୩ ପୁଅଙ୍କ ମଧ୍ୟରୁ ଦୁଇ ବିବାହିତ ପୁଅ ମଂଜୁରୀରୋଡ୍‌ରେ ଭୋଗ ଦୋକାନ କରିଆସୁଥିବାବେଳେ ସାନପୁଅ ଅବିବାହିତ ଥାଇ ବାହାରେ ଚାକିରୀ କରୁଛନ୍ତି। ତେବେ ଗତକାଲି ସନ୍ଧ୍ୟାରେ ଶାଶୁ କନକଲତା (୫୫) ଓ ଦୁଇ ବୋହୂଙ୍କ ମଧ୍ୟରେ ବଡବୋହୂ ଝୁନା (୨୮), ସାନବୋହୂ ସସ୍ମିତା (୨୭) ଘରେ ଥିବାବେଳେ ଜଣେ ପରିଚିତ ବ୍ୟକ୍ତି ମାରଣାସ୍ତ୍ର ସହ ଘରେ ପଶି ସେମାନଙ୍କୁ ଭୟଭୀତ କରାଇଥିଲା। ଏକଥା ନବକିଶୋରଙ୍କୁ ଫୋନ୍ ଯୋଗେ ଜଣେ ମହିଳା ଜଣାଇଥିଲେ। ଏହି ଫୋନ୍ ଖବର ଶୁଣି ଦୃବୁର୍ତମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଆହତଙ୍କ ଚିତ୍କାର ଶୁଣି ପଡୋଶୀମାନେ ସେଠାରେ ପହଂଚିବା ପରେ ନବକିଶୋର ଆହତଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଡାକ୍ତରଖାନା ଆଣିଥିବାବେଳେ ସେଠାରେ ବଡବୋହୂ ଝୁନାକୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଶାଶୁ କନକଲତା ଓ ସାନବୋହୂ ସସ୍ମିତା ଏବେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଆକ୍ରମଣକାରୀଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜଣକ ପୂର୍ବରୁ ନବକିଶୋରଙ୍କ ଦୋକାନରେ କାର୍ଯ୍ୟ କରୁଥିବାର ଜଣାପଡିଛି। ପୁଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande