ରହଣିଆସାହିରେ ହନୁମାନ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ
ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଂଚାୟତ ଅଧୀନ ରହଣିଆସାହି ଗ୍ରାମର ତୃତୀୟ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ଯଜ୍ଞସ୍ଥଳରୁ ବାହାରି ସାଳନ୍ଦୀ ନଦୀରେ କଳସ ବୁଡ଼ାଇଥିଲେ। କଳସ ବୁଡ଼ାଯ
SRI HANUMAN MANDIR BARSIK UTSAV


ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଂଚାୟତ ଅଧୀନ ରହଣିଆସାହି ଗ୍ରାମର ତୃତୀୟ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ଯଜ୍ଞସ୍ଥଳରୁ ବାହାରି ସାଳନ୍ଦୀ ନଦୀରେ କଳସ ବୁଡ଼ାଇଥିଲେ। କଳସ ବୁଡ଼ାଯିବା ପରେ ଯଜ୍ଞମଣ୍ଡପକୁ ଅଣାଯାଇ କଳସ ସ୍ଥାପନ କରାଯାଇଥିଲା। ପରେ ଯଜ୍ଞର ଅଗ୍ନିସ୍ଥାପନ ଓ ଶିଖର ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ଅକ୍ଷୟ କୁମାର ତ୍ରିପାଠୀ ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ କର୍ତା ଭାବେ ଅଲେଖ ବେହେରା, ମଦନ ମୋହନ ନାୟକ, ମନୋଜ କୁମାର ନାୟକ କାର୍ଯ୍ୟ ତୁଲାଇଥିଲେ। ରାତିରେ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟ ହୋଇଥିଲା। ଗ୍ରାମର ଟୁକୁନା ମଲ୍ଲିକ, ଧନେଶ୍ୱର ନାୟକ, ଜଳଧର ବେହେରା, ଚକ୍ରଧର ନାୟକ, ହିମାଂଶୁ ମଲ୍ଲିକ, ବିଷ୍ଣୁ ଚରଣ ନାୟକ, ଶରତ ଖଟୁଆ, ପ୍ରଭାସ ନାୟକ, ନିର୍ମଳ ମଲ୍ଲିକ, ଅଜୟ ବେହେରା, ଜଗନ୍ନାଥ ଖଟୁଆ, ମଂଜୁ ବେହେରା, ବୁଦ୍ଧିଆ ସାହାଣୀ, ଅନାମ ବେହେରା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande