ଶିବରାତ୍ରି ପାଇଁ ଶିବ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼
ଜୟପୁର, 26 ଫେବ୍ରୁଆରି (ହି.ସ.)ଶିବରାତ୍ରୀ ପାଇ ଜୟପୁର ସହର ଚଳଚଞ୍ଚଳ ହୋଇଛି । ଜୟପୁର ବାରିଣିପୁଟ ସ୍ଥିତ ଶକ୍ତିଶ୍ୱର ମନ୍ଦିର, ହାତିଶାଳ ସ୍ଥିତ କପିଳେଶ୍ୱର ମନ୍ଦିର, ଗାଗନାପୁର ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ,ରାଜୁସାହି ସ୍ଥିତ ପଞ୍ଚାନନ ମନ୍ଦିର, ବୈଦ୍ୟନାଥ ମନ୍ଦିର, ପୁରୁଣା ଗଡସ୍ଥିତ ନୀଳକଣ୍ଠେଶ୍ୱେ
ଶିବରାତ୍ରି ପାଇଁ ଶିବ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼


ଜୟପୁର, 26 ଫେବ୍ରୁଆରି (ହି.ସ.)ଶିବରାତ୍ରୀ ପାଇ ଜୟପୁର ସହର ଚଳଚଞ୍ଚଳ ହୋଇଛି । ଜୟପୁର ବାରିଣିପୁଟ ସ୍ଥିତ ଶକ୍ତିଶ୍ୱର ମନ୍ଦିର, ହାତିଶାଳ ସ୍ଥିତ କପିଳେଶ୍ୱର ମନ୍ଦିର, ଗାଗନାପୁର ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ,ରାଜୁସାହି ସ୍ଥିତ ପଞ୍ଚାନନ ମନ୍ଦିର, ବୈଦ୍ୟନାଥ ମନ୍ଦିର, ପୁରୁଣା ଗଡସ୍ଥିତ ନୀଳକଣ୍ଠେଶ୍ୱେର ମନ୍ଦିର, ଏମ୍‌.ଜି ରୋଡ ସ୍ଥିତ ହଟେକେଶ୍ୱର ମନ୍ଦିର, ଖଜୁରି ବନ୍ଦ ସ୍ଥିତ ଲୋକେଶ୍ୱର ମନ୍ଦିର, ଜୟନଗର ସ୍ଥିତ ଭୁତନାଥଶ୍ୱ୍ୱର ମନ୍ଦିରର, ବାପୁଜି ନଗର ସ୍ଥିତ ଶିବ ମନ୍ଦିର ,ଜୟପୁର ଘାଟି ସ୍ଥିତ ଅଦ୍ଧନାରୀଶ୍ୱରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ଓ ସଦର ପୋଲିସ ତରଫରୁ ସ୍ରୁରକ୍ଷା କଡାକଡି କରାଯାଇଥିଲା । ଲମ୍ବାଲାଇନରେ ଭକ୍ତ ମାନେ ହାତରେ ନଡିଆ କଦଳି , ପଇଡ ଧରି ପ୍ରଭୁଙ୍କୁ ଦର୍ଶନ କରିବା ପାଇ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande