ତେଲ ଅବିବରେ ଆମରିକୀୟ ଦୂତାବାସ ଉପରେ ବୋମା ବିସ୍ଫୋରଣ କରିବା ଉଦ୍ୟମରେ ଯୁବକ ଗିରଫ
ନ୍ୟୁୟର୍କ, ୨୬ ମଇ (ହି.ସ.)- ସଂଯୁକ୍ତ ରାଜ୍ୟ ଆମେରିକାର ଡିପାର୍ଟମେଂଟ ଅଫ ଜଷ୍ଟିସ୍ ର ଏଜେନ୍ସୀ ଫେଡରଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ)ର ବିଶେଷ ଏଜେଂଟମାନେ ନ୍ୟୁୟର୍କ ସହରର ଜନ୍ ଏଫ କେନେଡି ବିମାନବନ୍ଦରରୁ ଜଣେ ଯୁବକକୁ ଗିରଫ କରିଛନ୍ତି । ମଇ ୧୯ ରେ ଇସ୍ରାଇଲର ତେଲ ଅବିବରେ ଆମରିକୀୟ ଦୂତାବାସର
ତେଲ ଅବିବରେ ଆମରିକୀୟ ଦୂତାବାସ ଉପରେ ବୋମା ବିସ୍ଫୋରଣ କରିବା ଉଦ୍ୟମରେ ଯୁବକ ଗିରଫ


ନ୍ୟୁୟର୍କ, ୨୬ ମଇ (ହି.ସ.)- ସଂଯୁକ୍ତ ରାଜ୍ୟ ଆମେରିକାର ଡିପାର୍ଟମେଂଟ ଅଫ ଜଷ୍ଟିସ୍ ର ଏଜେନ୍ସୀ ଫେଡରଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ)ର ବିଶେଷ ଏଜେଂଟମାନେ ନ୍ୟୁୟର୍କ ସହରର ଜନ୍ ଏଫ କେନେଡି ବିମାନବନ୍ଦରରୁ ଜଣେ ଯୁବକକୁ ଗିରଫ କରିଛନ୍ତି । ମଇ ୧୯ ରେ ଇସ୍ରାଇଲର ତେଲ ଅବିବରେ ଆମରିକୀୟ ଦୂତାବାସର ଶାଖାରେ ବୋମା ବିସ୍ଫୋରଣ କରିବା ନେଇ ପ୍ରଚେଷ୍ଟା କରିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେବା ନେଇ ଅଭିଯୋଗ ତା ବିରୁଦ୍ଧରେ ରହିଛି ।

ସିବିଏସ ନ୍ୟୁଜ୍ ଅନୁସାରେ, ଫେଡେରାଲ ଓକିଲମାନେ ରବିବାର କହିଛନ୍ତି ଯେ, ଅଭିଯୁକ୍ତ ଯୁବକ ୨୮ ବର୍ଷିୟ ଯୋସେଫ ନ୍ୟୁମେୟରକୁ ଜନ୍ ଏଫ କେନେଡି ବିମାନବନ୍ଦରରୁ ଗିରଫ କରାଯିବା ସହ ତାକୁ ହେପାଜତକୁ ନିଆଯାଇଛି । ତା ନିକଟରେ ଆମେରିକା ଓ ଜର୍ମାନର ନାଗରିକତା ରହିଛି । ତାକୁ ଇସ୍ରାଇଲରୁ ନିର୍ବାସିତ କରାଯିବା ପରେ ଏଫବିଆଇର ସ୍ୱତନ୍ତ୍ର ଏଜେଂଟମାନେ ଧରିଥିଲେ । ଓକିଲମାନଙ୍କ ଅନୁସାରେ ନ୍ୟୁମେୟର ଅପ୍ରେଲରେ ଇସ୍ରାଇଲରେ ପହଂଚିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande