ମୁମ୍ବାଇ 24 ମଇ (ହି.ସ)-ଫିଲ୍ମ
ଅଭିନେତା ସଲମାନ ଖାନ ବାନ୍ଦ୍ରା ସ୍ଥିତ
ଗ୍ୟାଲେକ୍ସି ବାସଭବନରେ ପରିଦର୍ଶକଙ୍କ ପ୍ରବେଶ
ପାଇଁ ମୁମ୍ବାଇ ପୋଲିସ ନୁତନ ପ୍ରୋଟୋକଲ ଜାରି କରିଛି।ଏହା ସହିତ ସଲମାନ ଖାନଙ୍କ ସୁରକ୍ଷାକୁ
ବୃଦ୍ଧି କରାଯାଇ ୱାଇ ପ୍ଲସ ସ୍ତର କରାଯାଇଛି ଏବଂ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପୋଲିସ ନଜର ବୃଦ୍ଧି
କରାଯାଇଛି।ପୋଲିସ ସୁତ୍ର ଶନିହବାର କହିଛନ୍ତି ଯେ ସଲମାନ ଖାନଙ୍କୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ
ପକ୍ଷରୁ ମିଳିଥିବା ଧମକ ଏବଂ ତାଙ୍କ ବାସଭବନରେ ଏକ ମହିଳା ଏବଂ ଜଣେ ଯୁବକଙ୍କ ବଳପୁର୍ବକ ପ୍ରବେଶ
ପରେ ଏହି ପଦକ୍ଷେପ ନିଆଯାଇଛି।ସଲମାନଖାନଙ୍କ ବାସଭବନରେ
ପ୍ରବେଶ କରିଥିବା ଜିତେନ୍ଦ୍ର ସିଂହ ଏବଂ ଇଶା ଛାବଡିୟା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ଉଭୟଙ୍କୁ
ପଚରାଉଚରା ଜାରି ରହିଛି। ଏହି ଘଟଣା ପରେ ମୁମ୍ବାଇ ପୋଲିସ ନୁତନ ପ୍ରୋଟୋକଲ ପ୍ରଚଳନ କରିଛି ଯାହା
ଅନୁଯାୟୀ ସମସ୍ତ ପରିଦର୍ଶକଙ୍କୁ କୋଠାରେ ପ୍ରବେଶ କରିବା ପୁର୍ବରୁ ବାସିନ୍ଦାଙ୍କ ଦ୍ୱାରା
ସେମାନଙ୍କର ପରିଚୟ ଯାଞ୍ଚ କରିବାକୁ ପଡିବ।ପରିଚୟ ଯାଞ୍ଚ ହେବାପରେ ହିଁ ପରିଦର୍ଶକଙ୍କୁ
ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପ୍ରବେଶ ଅନୁମତି
ଦିଆଯିବ।ମୁମ୍ବାଇ ପୋଲିସ ନୁତନ ପ୍ରୋଟୋକଲ କଡାକଡି ପାଳନ କରିବାକୁ ସୁଚନା ଗ୍ୟାଲେକ୍ସି
ଆପାର୍ଟମେଣ୍ଟ ସୋସାଇଟି ଏବଂ ସେଠାରେ ନିୟୋଜିତ ପୋଲିସକର୍ମୀଙ୍କୁ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା