ଭୁବନେଶ୍ୱର,୨୧ ମଇ (ହି.ସ.)- ରାଜଧାନୀ ୟୁନିଟ୍ ୩ ପଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଂକାରୀ ଅଜନ୍ତା ସର୍କସ ଶୁଭାରମ୍ଭ ହୋଇଛି। ଏହା ରଜ ପର୍ଯ୍ୟନ୍ତ ଚାଲିବ। ଏହି ସର୍କସରେ ସଂଖ୍ୟାତ୍ମକ ଯୁବକଯୁବତୀମାନଙ୍କର ଚିତାକର୍ଷକ ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ ଆରମ୍ଭ ହୋଇଛି। ସର୍କସ ଏକ ଅନ୍ତଃରାଷ୍ଟ୍ରୀୟ ଖେଳ । ବିଦେଶରୁ ଆସି ପୂର୍ବରୁ ଏହି ସର୍କସ ଓଡ଼ିଶାର ବିଭିନ୍ନ ସହରରେ ପ୍ରଦର୍ଶିତ ହେଉଥିଲା । ପ୍ରାକ୍ ଐତିହାସିକ କାଳରେ କର୍ମକ୍ଳାନ୍ତ ଜୀବନରେ ମନୋରଞ୍ଜନ ପାଇଁ ଏହି ସର୍କସକୁ ଦେଖି ମନୋରଞ୍ଜନ କରୁଥିଲେ । ଲୁପ୍ତ ହେବାକୁ ବସିଥିବା ଏହି ଖେଳକୁ ଟିଭି ଓ ମୋବାଇଲରେ ନଦେଖି ସିଧା ସାମ୍ନାସାମ୍ନି ସର୍କସ ଦେଖିଲେ ଏହା ଅଧିକ ରୋମାଂଚକାରୀ । ଆଫ୍ରିକାନ୍, ରଷିଆନ୍, ମଣିପୁରର କଳାକାରମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରାଯାଉଛି । ଆଫ୍ରିକାନ୍ ଇଜୋପିଆନ୍ ଦେଶର କଳାକାର, ମଣିପୁର କଳାକାରମାନେ ଗ୍ଲୋବ ଭିତରେ ମଟର ସାଇକେଲ୍, ୟୁନିକ୍ ସାଇକେଲ୍, ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡ଼ି ସହ ୩୦ପ୍ରକାର ଖେଳ ପଦର୍ଶନ କରାଯାଇଥିଲା। ଏଥିରେ ଗ୍ଲୋବ ମଟର ସାଇକେଲ୍ ରାଇଡ଼୍ ଅଧିକ ଦର୍ଶକଙ୍କୁ ରୋମାଂଚ ଭରି ଦେଇଥିଲା। ଏହାକୁ ଅଜନ୍ତା ସର୍କସର ମ୍ୟାନେଜର ବୈକୁଣ୍ଠ ପାତ୍ର, ରତିନ୍ଦ୍ର ଚାଟାର୍ଜି ଓ ସଞ୍ଜିତ ଘୋଷାଲ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା