କେନ୍ଦ୍ରାପଡା, 21 ମେ (ହି.ସ.)ଅଖିଳ ଭାରତୀୟ ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ବିକାଶ ପରିଷଦ (ଓଡିଶା ପ୍ରଦେଶ ) ତରଫରୁ ଏପ୍ରିଲ ୨୬ ତାରିଖ ତାଳଚେରରେ ୨୩ ବର୍ଷୀୟ ଦଳିତ ଯୁବତୀଙ୍କୁ ତାଳଚେର ରେଳ ଷ୍ଟେସନ ପାଖରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିବା ପରେ ଏସିଡ୍ ପକାଇ ଶବକୁ ଜଳାଇ ଦେବାର ଜଘନ୍ୟ ନାରକୀୟ କାଣ୍ଡ ଘଟିଥିଲା। ଉକ୍ତ ଘଟଣାକୁ ପରିଷଦ ପକ୍ଷରୁ ନିନ୍ଦା କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାପାଇଁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କୁ ପ୍ରଦାନ କରାଯାଇଛି । ମହମ୍ମଦ ଅମୀରଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ ସମୟରେ ନିରଞ୍ଜନ ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ସେକ ଅତିକୁର ରହମାନ, ରଶ୍ମିରଂଜନ ମହାପାତ୍ର ଆଦି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି