ଏକ୍ସ କେଡର ଶିକ୍ଷକ ମହା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଭବାନୀପାଟଣା25ହିଁ. ସ )ମଇ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ମା ମଙ୍ଗଳା ସମାଜ ସେବା କେନ୍ଦ୍ର ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ
ଏକ୍ସ କେଡର ଶିକ୍ଷକ ମହା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ


ଭବାନୀପାଟଣା25ହିଁ. ସ )ମଇ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ମା ମଙ୍ଗଳା ସମାଜ ସେବା କେନ୍ଦ୍ର ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଏକ୍ସ -କ୍ୟାଡ଼ର ଶିକ୍ଷକ ଙ୍କ ବିଭିନ୍ନ ସମସ୍ୟା ଉପରେ ଓ ତାର ସମାଧାନ ର ପନ୍ଥା ସମ୍ପର୍କରେ ରାଜ୍ୟ ମହାସଂଘ ର ଉପଦେଷ୍ଟା ପ୍ରଶାନ୍ତ ଖମାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ସଂଘ ର ପୁନର୍ଗଠନ ପାଇଁ ବିସ୍ତୃତ ଆଲୋଚନା କରାଯାଇ ପୁନର୍ବାର ସୁବ୍ରତ ଦଣ୍ଡସେନାଙ୍କୁ ସଭାପତି ଓ ପ୍ରଶାନ୍ତ ଖମାରୀଙ୍କୁ ସମ୍ପାଦକ ଭାବରେ ସର୍ବସମ୍ମତି କ୍ରମେ ମନୋନୟନ କରି ସଂଘର ଅନ୍ୟାନ୍ୟ ପଦ ପଦବୀ ମନୋନୀତ କରିବାକୁ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା l ବୈଠକରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ, ସଦର ବ୍ଲକ ଏକ୍ସ କେଡର ସଭାପତି ଦାମୋଦର ଚନ୍ଦନ ଲଷ୍ମୀକାନ୍ତ ନାଏକ, ଜଳନ୍ଧର ତାଣ୍ଡି, କୋଷାଧକ୍ଷ ରୋହିତାଶ୍ୱ ହଂସ, ଲଳିତ ନାଏକ, ଗଗନ ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନ ଏବଂ ସମସ୍ତ ବ୍ଲକ ର ସଭାପତି, ସମ୍ପାଦକ ଓ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande