ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀକୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I
ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀକୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I
ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀକୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I


ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀକୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I


ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀକୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I

▪️ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିର୍ଦେଶକଙ୍କ ଜରିଆରେ ୧୧ ଦଫା ଦାବିପତ୍ର ପ୍ରଦାନ I

▪️ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟ ହେଉ

▪️ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରନ୍ତୁ ସରକାର I

▪️ବଲାଙ୍ଗୀର ଘଟଣା ସାମ୍ବାଦିକତାକୁ ଲଜ୍ଜିତ କରିଛି

▪️ଦୀର୍ଘ ୧ ବର୍ଷ ପୁରିଥିଲେ ସୁଦ୍ଧା ନୂଆ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି I

▪️ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନ ଘଟୁଛି ବୃଦ୍ଧି I

▪️ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ I

▪️ଏହି ଘଟଣାରେ କାହାକୁ ଛଡା ଯିବ ନାହିଁ : ପୋଲିସ ମହାନିର୍ଦେଶକ

ସମ୍ବଲପୁର, ୨୭ ମେ (ହି.ସ.)

ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଜୀବନରେ ମାରିଦେବା ଧମକ ଆଦି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି I ଗଣତନ୍ତ୍ର ରାଷ୍ଟ୍ରରେ ଏହା ଅତ୍ଯନ୍ତ ନିନ୍ଦନୀୟ ଘଟଣା I ଗତ କିଛିଦିନ ତଳେ ବରଗଡ ଜିଲ୍ଲାର ୨ ଜଣ ବିଧାୟକ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର କରିଥିଲେ । ସେହିଭଳି ଚଳିତ ମାସରେ କେନ୍ଦୁଝର ଜ଼ିଲ୍ଲା ସୁକିନ୍ଦା ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅପହରଣ କରି ମାଡ ମାରି ଅଚେତ ଅବସ୍ଥାରେ ଛାଡି ଦୁର୍ବୃତ୍ତ ମାନେ ଚାଲି ଯାଇଥିଲେ I ଏହାର ଅଳ୍ପ ଦିନ ପରେ ଗତ ୨୪ ତାରିଖ ଦିନ ବଲାଙ୍ଗୀରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଜଣେ ଠିକାଦାର ମାଡ଼ ମାରି କଙ୍ଗାରୁ କୋର୍ଟ ଦଣ୍ଡ ଦେବା ଓ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ଘଟଣା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ସଦୃଶ୍ୟ ହୋଇଛି I ଏହି ଘଟଣାରେ କେବଳ ଜଣେ ସାମ୍ବାଦିକ କେବଳ ନୁହନ୍ତି, ବ୍ୟକ୍ତିଙ୍କ ମାନବୀୟ ଅଧିକାର ମଧ୍ୟ ଉଲଘଂନ ହୋଇଛି I ଏଭଳି ହୀନ କାର୍ଯ୍ଯକୁ ସବୁ ମହଲରୁ ସମାଲୋଚନା ଏବଂ ନିନ୍ଦା କରାଯାଉଛି I ଏହାକୁ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ତୀବ୍ର ନିନ୍ଦା କରିବା ସହ ସମ୍ପୁକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ଉତ୍ତରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ ଲାଲଙ୍କ ଜରିଆରେ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି I ଏ ସମ୍ପର୍କ ରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ କହିଛନ୍ତି, ‘‘ବଲାଙ୍ଗୀରରେ ଜଣେ ସାମ୍ବାଦିକଙ୍କ ଉପରେ ଯେଉଁ ଆକ୍ରମଣ ହୋଇଛି ତାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଘନୀଭୂତ ହୋଇଛି I ସାମ୍ବାଦିକ ଜଣକ ତାଙ୍କ କର୍ତ୍ତବ୍ୟ କରିବାକୁ ଯାଇଥିଲେ I ତୁରନ୍ତ ସାମ୍ବାଦିକଙ୍କୁ ନ୍ୟାୟ ଦିଆଯାଉ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯାଉ I ତେବେ ଘଟଣା ର ୪ ଦିନ ପରେ ମଧ୍ୟ ମୁଖ୍ୟ ଆସାମୀ ଠିକାଦାର ଗଜେନ୍ଦ୍ର ଦଳେଇକୁ କାହିଁକି ପୋଲିସ ଗିରଫ କରିନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଏ ସମ୍ପର୍କ ରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ସାମ୍ବାଦିକ ସମାଜ ପ୍ରତି ଗୁରୁତ୍ପୁର୍ଣ ଭୂମିକା ରହିଥିବା ବେଳେ ସରକାର ସେମାନଙ୍କୁ ଗୌଣ ଦୃଷ୍ଟିରେ ନ ଦେଖି ସାମାଜିକ ସୁରକ୍ଷା ଆଇନ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି କହିଛନ୍ତି I ଆଜିକାର ଏହି ୧୧ ଦଫା ପତ୍ର ପ୍ରଦାନ ସମୟରେ

ସାମ୍ବାଦିକ ଶିବ ଶଙ୍କର ନନ୍ଦ, ହିମାଂଶୁ ଶେଖର ମିଶ୍ର, ସୁକାନ୍ତ କର, ସରୋଜ ସାହୁ, ଡ଼ ରାଜାରାମ ଷଡ଼ଙ୍ଗୀ, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଗୁଣମଣୀ ବିଶ୍ୱାଳ, ପ୍ରମୋଦ ବହିଦାର, ଶୈଳେଶ ରଞ୍ଜନ ମହାନ୍ତି, ତୁଷାରବନ୍ତ ଯୋଶୀ, ପ୍ରଦୀପ ନାୟକ, ରାଜେଶ ବିଭାର, ଅନିଲ ଶ୍ରୀରାମକା, ଜିତୁ ନନ୍ଦ, ମଳୟ ଭୋଇ, ଦୁଲାଲ ରାୟ, ଗୌତମ ମିଶ୍ର, ସରୋଜ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ I ସମ୍ବଲପୁର ଜ଼ିଲ୍ଲାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ବୀମା ରାଶି ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହବେଳେ ସାମ୍ବାଦିକମାନଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି) ଜାରି କରିବା ଏବଂ ଏନେଇ ସାମ୍ବାଦିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ ପ୍ରଭୂତି ଆଦି ଉପରୋକ୍ତ ଦାବି ଗୁଡିକ ପ୍ରତି ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରି ପଦକ୍ଷେପ ନେବାକୁ ସମ୍ବଲପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଦାବି କରିଛନ୍ତି I ଦାବି ପତ୍ର ଗ୍ରହଣ ସମୟରେ ଉତ୍ତର ପ୍ରଭାଗ ମହା ନିର୍ଦେଶକ ହିମାଂଶୁ କୁମାର ଲାଲ ବଲାଙ୍ଗୀର ଘଟଣା ରେ କାହାକୁ ଛଡା ଯିବ ନାହିଁ, ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତାକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣା ର ତତ୍ୱାବଧାନ କରୁଛି ବୋଲି ପ୍ରକାଶ କରିଥିଲେ I

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande