ଜୟପୁର, 27 ମେ (ହି.ସ.)
କଣ୍ଟେଇନରେ ଭରି କରି ଆନ୍ଧ୍ର ଓ ତେଲଙ୍ଗାନାକୁ ଅବାଧ ଗୋଚାଲାଣ ବେଳେ କାବୁ କରିଲା କୋରାପୁଟ ଟାଉନ ଥାନା ପୁଲିସ। ୨ ଦିନରେ ୨୪୯ ଗୋରୁ ଉଦ୍ଧାର ହୋଇଥିବା ବେଳେ ୬ କଣ୍ଟେଇନର ଜବତ ଓ ୨୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ଭୋର ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇ କୋରାପୁଟ ଟାଉନ ମାଉଁସିମା ଛକ ନିକଟରେ ଗୋରୁ ଭରି ହୋଇଥିବା ୨ଟି କଣ୍ଟେଇନର ଗାଡି ଜବତ କରି ୩୯ ଗୋଟି ଗୋରୁ ଉଦ୍ଧାର କରାଯାଇଥିଲା ଓ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଉଦ୍ଧାର ହୋଇଥିବା ୩୯ ଗୋରୁ ମଧ୍ୟରୁ ୪ ଗୋଟି ଗୋରୁ ର ମୃତ୍ୟୁ ହୋଇଥିଲା। ଏ ନେଇ ଟାଉନ ଥାନା ପୁଲିସ କେସ ନଂ ୧୦୪/୨୫ ରେ ମାମଲା ରୁଜୁ କରାଯାଇଥିଲା। ସେହିପରି ଭାବେ ଆଜି ଭୋର ସମୟରେ ପୁଣି ସେହି ଜାଗାରେ ଟାଉନ ଥାନା ପୁଲିସ ୪ ଟି ଗୋରୁ ଭରି ଥିବା କଣ୍ଟେଇନର ଜବତ କରି ୨୧୦ ଗୋଟି ଗୋରୁ କୁ ଉଦ୍ଧାର କରଯାଇ ଥିବା ବେଳେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଭୋର ଗୋରୁ ଚାଲାଣ ଚଢ଼ାଉ ରେ କେସ ନଂ ୧୦୭/୨୫ ରେ ମାମଲା ରୁଜୁ ହୋଇଥିଲା। ୨ ଦିନ ରେ ଜବତ ହୋଇଥିବା ୨୪୯ ଗୋରୁ ମଧ୍ୟରୁ ୫ ଗୋଟି ଗୋରୁ ମୃତ ହୋଇଥିବା ବେଳେ ବଳକା ୨୪୫ ଗୋଟି ଗୋରୁକୁ ଜୟପୁର ସ୍ଥିତ ଗୋଶାଳା ରେ ରଖାଯାଇଥିଲା। ଟାଉନ ଥାନା ଆଇଆଇସି ସତ୍ୟନନ୍ଦ ପାତ୍ର ଓ ଷ୍ଟାଫ ଏହି ଚଢ଼ାଉ ରେ ଭାଗ ନେଇଥିଲେ। ଏହି ଗୋରୁ ନବରଙ୍ଗପୁର ଅଞ୍ଚଳରୁ ହାଇଦ୍ରାବାଦ ଯାଇଥାନ୍ତା ବୋଲି ସୂଚନା ମିଳିଛି। ଏପରି ଅବାଧ ଗୋରୁ ଚାଲାଣ ନବରଙ୍ଗପୁର ଅଞ୍ଚଳରୁ କୋରାପୁଟ ଦେଇ ଆନ୍ଧ୍ର ଚାଲାଣ ଜାରି ରହିଥିବାରୁ ସମ୍ପୁର୍ଣ୍ଣ ଭାବେ ଏପରି ଅବାଧ ଗୋରୁ ଚାଲାଣ ରୋକିବା ପାଇଁ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି