ବଲାଙ୍ଗିର, 25 ମେ (ହି.ସ.)
ଖବର ସଂଗ୍ରହ ବେଳେ ବଡ ଖବର ର ସାମ୍ବାଦିକ ବିଜୟ ପଧାନଙ୍କୁ ଠିକାଦାରଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ଅତର୍କିତ ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ।ତାଙ୍କ ହାତଗୋଡ ବାନ୍ଧି ଗ୍ରାମ ମଝିରେ କଙ୍ଗାରୁ କୋର୍ଟ କରି ମନ୍ଦିରରେ ଶପଥ କରାଇ,ଆଗକୁ ଏ ସମ୍ପର୍କରେ ନିଉଜ୍ କଲେ ତାଙ୍କୁ ତଥା ତାଙ୍କ ପରିବାରକୁ ଜୀବନରେ ମାରିବା ପାଇଁ ଧମକ ଦେଇଥଲେ।ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଏସୟୁଜେ(ଓ) ବଲାଙ୍ଗିର ଜିଲ୍ଲା ଶାଖାର ସଭ୍ୟ ମାନେ ଗତକାଲି ଏସ୍ ପି ଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ।ପରେ ଏଡିସନାଲ ଏସ.ପି ଆଲୋକ ଜେନା ଆସି ସାମ୍ବାଦିକ ମାନଙ୍କ ଦାବିପତ୍ର ଗ୍ରହଣ କରି ସେହିଦିନ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତିର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨ଜଣଙ୍କୁ ଧରି ପଚରାଉଚୁରା କରୁଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଖୋଲା ଆକାଶ ତଳେ ଘୁରି ବୁଲୁଛି। ପୋଲିସ ଧରିବାରେ ବିଫଳ ହୋଇଛି।
ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ନିଷ୍କ୍ରିୟ ପୋଲିସ ହାତବାନ୍ଧି ବସି ରହିଛି।ବଲାଙ୍ଗିରରେ ଥିବା ପିସିଆର ଗାଡ଼ି ପେଟ୍ରୋଲିଂ ନାମରେ ରାସ୍ତା କଡ଼ରେ ଥିବା ଯାନବାହାନର ଫଟୋ ଉଠାଇ ଜିଯିଆ କର ଆଦାୟ କରିବାରେ ବେଶ୍ ବ୍ୟସ୍ତ ଅଛି।ରାସ୍ତା ପାର୍ଶ୍ବରେ ଗାଡ଼ି ଥିଲେ ମଧ୍ୟ ପିସିଆର ଗାଡ଼ି ଭିତରେ ବସି ଫଟୋ ଉଠାଇ ଗୋଟିଏ ଗୋଟିଏ ଗାଡ଼ିକୁ ବାରମ୍ବାର ହଜାର ହଜାର ଟଙ୍କା ଫାଇନ ପକାଉଥିବାରୁ ସହରବାସୀ ପୋଲିସର କାର୍ଯ୍ୟକଳାପରେ ବିରକ୍ତି ମନୋଭାବ ପ୍ରକାଶ କରୁଛନ୍ତି।ସହରବାସୀ ପୋଲିସର ମାତ୍ରଧିକ ଅତ୍ୟାଚାରରେ ଅତିଷ୍ଠ ହୋଇସାରିଲେଣି।ସହର ଭିତରେ ପାର୍କିଂ ସୁବିଧା ନ ଥିବା ବେଳେ ବିରାଟ ବିରାଟ ମଲ୍,ଦୋକାନ ଖୋଲି ଆରାମରେ ବ୍ୟବସାୟ କରୁଛନ୍ତି।ଗ୍ରାହକ ମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି।ଅନେକ ବ୍ୟାଙ୍କ୍,ସରକାରୀ କାର୍ଯ୍ୟାଳୟ ମାନ ମଧ୍ୟ ରାସ୍ତା ପାର୍ଶ୍ବରେ ପାର୍କିଂ ବ୍ୟବସ୍ଥା ନ ଥାଇ ଖୋଲାଯାଇଛି।ସେହି ସମ୍ମୁଖରେ ଗାଡ଼ି ରଖିଲେ ପୋଲିସ ମାମୁଁ ମାନେ ପି ସି ଆର ରେ ଆସି ଫଟୋ ଉଠାଇ ବାହା ବାହା ନେଉଥିବା ବେଶ୍ ଚର୍ଚ୍ଚା।ସେହି ଦୋକାନ,ଅଫିସ ମାନଙ୍କୁ ପାର୍କିଂ ବ୍ୟବସ୍ଥା କରିବା ପାଇଁ କେତେ ଥର ନୋଟିସ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି।କେତେ ଥର ଫାଇନ୍ କଟା ଯାଇଛି।ଏହାର ଜବାବ ସାଧାରଣ ଜନତାଙ୍କୁ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ବିନା ପାର୍କିଂ ରେ ରଖୁଥିବା କୋଉ ପୋଲିସ ମାମୁଁ ର ଗାଡ଼ି ଉପରେ ପୋଲିସ ଏଭଳି ଜିଜିଆ କର ଅସୁଲ କରିଛି କି ବୋଲି ଜନସାଧାରଣରେ ପ୍ରଶ୍ନ ହୁଏ।ଆଉ ମଧ୍ୟ ଚର୍ଚ୍ଚା ହୁଏ ପୋଲିସ ଗାଡି ରାସ୍ତା ଉପରେ ଛିଡା କଲେ ଦୋଷ ନୁହେଁ।ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ।ଡେଲି ମାର୍କେଟ ରାସ୍ତା ମଝିରେ ହୋଇଥିବା ପାର୍କିଂ ଭିତରେ ଅନେକ ଠେଲା ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଛନ୍ତି। ଦୋଷ ନୁହେଁ।ଯେହେତୁ ଏମାନଙ୍କ ଠାରୁ ପୋଲିସ ବଟି ଅସୁଲ କରି ବେଶ ମାଲାମାଲ ହେଉଥିବା ହାଟରେ ବାଟରେ ବେଶ୍ ଚର୍ଚ୍ଚା।
ତେବେ ସାମ୍ବାଦିକ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଉପରେ ପୋଲିସ ଦେଇଥିବା ଅଭୟବାଣୀ କେବେ ସଫଲ ହେବ । ଅନ୍ୟପଟରେ ସାମ୍ୱାଦିକ କୁ ବାଦେଇଥିବ ଅପରାଧି କୁ କିଛି ରାଜନୈତିକ ଡଳ ବଡ଼ ପଣ୍ଡା ଘଣ୍ଟ ଘୋଡେଇବା ଆରମ୍ଭ କରି ଦେଇଥିବା ଯୋଗୁଁ ପୋଲିସ ନିରାପଦରେ ବୁଲୁଥିବା ଅପରାଧୀସତରେ ଧରା ପଡ଼ିବେ ଏନେଇ ସନ୍ଦେହ ପ୍ରକାଶ ପାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ