ଆମେରିକାର ସାଉଥ କୈରୋଲିନାରେ ଗୁଳିକାଣ୍ଡ, ୧୧ ଆହତ
ୱାଶିଙ୍ଗଟନ, ୨୬ ମଇ (ହି.ସ.)- ଆମେରିକାର ସାଉଥ କୈରୋଲିନା ରାଜ୍ୟରେ ଏକ ତଟବର୍ତୀ ସହରରେ ହୋଇଥିବା ଗୁଳିକାଣ୍ଡରେ ପ୍ରାୟ ୧୧ ଜଣ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଗୁଳିକାଣ୍ଡ ଲିଟଲ ରିଭର ସହରରେ ରାତି ପ୍ରାୟ ୧୦ଟା ପୂର୍ବରୁ ପୋଲିସ ମେମୋରିଆଲ ଡେ ୱିକେଣ୍
ଆମେରିକାର ସାଉଥ କୈରୋଲିନାରେ ଗୁଳିକାଣ୍ଡ, ୧୧ ଆହତ


ୱାଶିଙ୍ଗଟନ, ୨୬ ମଇ (ହି.ସ.)- ଆମେରିକାର ସାଉଥ କୈରୋଲିନା ରାଜ୍ୟରେ ଏକ ତଟବର୍ତୀ ସହରରେ ହୋଇଥିବା ଗୁଳିକାଣ୍ଡରେ ପ୍ରାୟ ୧୧ ଜଣ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଗୁଳିକାଣ୍ଡ ଲିଟଲ ରିଭର ସହରରେ ରାତି ପ୍ରାୟ ୧୦ଟା ପୂର୍ବରୁ ପୋଲିସ ମେମୋରିଆଲ ଡେ ୱିକେଣ୍ଡ ଅବସରରେ ହୋଇଛି । ସାଉଥ କୈରୋଲିନା ରାଜ୍ୟର ଉତରରେ ନର୍ଥ କୈରୋଲିନା, ଦକ୍ଷିଣ ଏବଂ ପଶ୍ଚିମରେ ଜର୍ଜିୟା ଏବଂ ପୂର୍ବରେ ଆଟଲାଂଟିକ ମହାସାଗର ରହିଛି ।

ଏନବିସି ନ୍ୟୁଜ ଅନୁସାରେ, ହୋରି କାଉଂଟି ପୋଲିସ ବିଭାଗ ନିଜ ବୟାନରେ କହିଛି ଯେ, ଲିଟଲ ରିଭରର କମ୍ୟୁନିଟିରେ ଗୁଳିକାଣ୍ଡ ପରେ ଏବଂ ପୀଡ଼ିତଙ୍କୁ ଘରୋଇ ଗାଡି ଯୋଗେ ହସ୍ପିଟାଲକୁ ନିଆଯାଇଛି । ଆହତ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ । ଅନ୍ୟପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଅଧିକାରୀ ମାନେ କମ୍ୟୁନିଟିର ସଦସ୍ୟ ମାନଙ୍କୁ ଗୁଳିକାଣ୍ଡ ସ୍ଥଳର ଆଖପାଖରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande