ସୁବର୍ଣ୍ଣପୁର, ୨୭ ମଇ (ହି.ସ.) - ଅପରେସନ୍ ସିନ୍ଦୂରର ସଫଳତା କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସହ ସୃଷ୍ଟି କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଜି ସୁବର୍ଷପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ତ୍ରିରଙ୍ଗା ଯାତ୍ରା ଶୁଭାରମ୍ଭ ହୋଇଛି । ଏହି ଶୋଭାଯାତ୍ରା ସହର ପରିକାମ କରି ଲୋକଙ୍କ ମଧ୍ୟରେ ଦେଶପ୍ରେମ ବାର୍ତା ପହଚାଇଥିଲା । ଏଥିରେ ମୁଖ୍ୟ ଅତିଥୁ ଭାବେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସରୁପ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତା ଶିବରାମ ସାହୁ, କାଉନସିଲର ଗଙ୍ଗାଧର ଦରିଆ, ଦଶରଥି ମେହେର, ଗୁପ୍ତପ୍ରକାଶ ମିଶ୍ର, ବିବେକାନନ୍ଦ ମିଶ୍ର,ପ୍ରଫୁଲ୍ଲ ମେହେର, ଦେବାଶିଷ ପୂଜାରୀ, ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରମୁଖଙ୍କ ବହୁ କାର?୍ୟ୍ୟକର୍ତା ସାମିଳ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ