ସ୍ୱାସ୍ଥ୍ୟ କାର୍ଡ ବଂଟନରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ
ଧର୍ମଶାଳା,୨୮ ମଇ(ହି.ସ.) - ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଂଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ସରକାରୀ ଲୋକମାନଙ୍କୁ ସଚେ
ସ୍ୱାସ୍ଥ୍ୟ କାର୍ଡ ବଂଟନରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ


ଧର୍ମଶାଳା,୨୮ ମଇ(ହି.ସ.) - ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଂଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ସରକାରୀ ଲୋକମାନଙ୍କୁ ସଚେଚନତା କରାଯାଇଛି। ଅନେକ ଅଂଚଳରେ କିଛି ଅସାଧୁ କର୍ମଚାରୀମାନେ ସ୍ୱାସ୍ଥ୍ୟ କାର୍ଡ ବଂଟନ ସମୟରେ ହିତାଧିକାରୀଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ବିଭିନ୍ନ ପରିବାରରଠାରୁ ଜଣଙ୍କ ପିଛା ୫୦ଟଙ୍କା ଆଦାୟ କରା ଯାଉଥିବା ଅଭିଯୋଗ ହୋଇଛି। ଏହି ବ୍ଲକ ଅନ୍ତର୍ଗତ କାଏମା ପଂଚାୟତରେ ଆଶାକର୍ମୀ ଙ୍କ ଉପସ୍ଥିତିରେ ଭି ଏଲ ଇ ଗାଁ ମଧ୍ୟକୁ ଯାଇ ଲୋକ ଙ୍କ ଠାରୁ ୫୦ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ଗରୀବ ପରିବାରରେ ୮ଜଣ ସଦସ୍ୟ ଥିଲେ ସେହି ପରିବାର ରୁ ୪ଶହ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ଜଣେ ଯୁବକ ବିରୋଧ କରି ଏହା ବିଷୟରେ ହେଲ୍ପ ଲାଇନ ନମ୍ୱର ରେ ଅଭିଯୋଗ କରିବା ପରେ ଉକ୍ତ ଯୁବକ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ନ ଦେଇ ଫେରାଇ ଦେବା ଘଟଣା ସମସ୍ତ ଙ୍କୁ ଚକିତ କରିଛି। ଏ ବିଷୟରେ ଧର୍ମଶାଳା ବିଡ଼ିଓ ଙ୍କୁ ଅବଗତ କରା ଯାଇଥିଲେ ହେଁ ଲିଖିତ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏନେଇ ଗ୍ରାମବାସୀମାନେ ଫୋନ ଯୋଗେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଅଧିକାରୀମାନେ କୌଣସି କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଏହି ଅଭିଯୋଗର ତଦନ୍ତ କରି ହିତାଧିକାରୀମାନଙ୍କ ଠାରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande