ରୋଟାରୀ କ୍ଲବ ଜାରକା ପକ୍ଷରୁ କନ୍ୟା କେ ଲିଏ ଏକଦିନ ସଚେତନତା କାର୍ଯ୍ୟକ୍ରମ
ଧର୍ମଶାଳା,୨୮ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ରୋଟାରୀ ଓ ଇନରହୁଇଲ କ୍ଲବ ପକ୍ଷରୁ କନ୍ୟାର ମାନ ସମ୍ମାନ ଓ ସ୍ୱାଭିମାନ ସୁରକ୍ଷା ପାଇଁ ‘କନ୍ୟାକେ ଲିଏ ଏକଦିନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲା ୩୨୬୨ ତରଫରୁ ରୋଟାରୀ ଗଭର୍ଣର ଯଜ୍ଞାଶିଶ
ରୋଟାରୀ କ୍ଲବ ଜାରକା ପକ୍ଷରୁ କନ୍ୟା କେ ଲିଏ ଏକଦିନ ସଚେତନତା କାର୍ଯ୍ୟକ୍ରମ


ଧର୍ମଶାଳା,୨୮ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ରୋଟାରୀ ଓ ଇନରହୁଇଲ କ୍ଲବ ପକ୍ଷରୁ କନ୍ୟାର ମାନ ସମ୍ମାନ ଓ ସ୍ୱାଭିମାନ ସୁରକ୍ଷା ପାଇଁ ‘କନ୍ୟାକେ ଲିଏ ଏକଦିନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲା ୩୨୬୨ ତରଫରୁ ରୋଟାରୀ ଗଭର୍ଣର ଯଜ୍ଞାଶିଶ ମହାପାତ୍ର ଯୋଗଦେଇ କନ୍ୟା ପାଇଁ ଦିନଟିଏ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଜାରକା ରୋଟାରୀ ଓ ଇନରହୁଇଲ କ୍ଲବର ସଦ୍ୟମାନେ ହାତରେ ବିଭିନ୍ନ ପ୍ରକାର ବ୍ୟାନର ଓ ପୋଷ୍ଟର ଧରି ଜାରକା ବଜାର ପରିକ୍ରମା କରିଥିଲେ । ଏହି ଅବସରରେ ଏକ ପଥପ୍ରାନ୍ତ ସଭା ଜାରକା ଓଭର ବ୍ରିଜ ତଳେ ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରତିନିଧି ଭାବେ ରୋଟାରୀୟାନ୍ ବିଘ୍ନେଶ୍ୱର ବେହେରା ଓ ସରୋଜ କୁମାର ଦାଶ ଯୋଗ ଦେଇ କନ୍ୟା ପାଇଁ ଦିନଟିଏ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜାରକା ରୋଟାରୀ କ୍ଲବର ସଭାପତି ରାଜେନ୍ଦ୍ର ପ୍ରସାଦ ପଲେଇ, ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ, ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାମଲ, ହରିହର ପଣ୍ଡା, ଧରଣୀଧର ଦାଶ, ଲକ୍ଷ୍ମୀକାନ୍ତ ଚଉପଟ୍ଟନାୟକ, ବିନୋଦ ବିହାରୀ ପରିଡ଼ା, କଳାକର ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ, ଚକ୍ରଧର ଲେଙ୍କା, ଦୀପକ କୁମାର ଜେନା, ବିପିନ ଷଡଙ୍ଗୀ, ଇନରହୁଇଲ କ୍ଲବର ପୁର୍ବତନ ସଭାପତି ମିନତୀ ସାହୁ, କଳ୍ପନା ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande