ଭଦ୍ରକ, ୩୦ ମଇ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହ ପଂଚାୟତ ଠୋକରା ଗାଁରେ କାଳ ବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନ ୦୫ ଘଟିକା ସମୟ ରେ ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ଯାଇଛି । ଏହି ଅଗ୍ନିକାଣ୍ଡରେ ତେନ୍ତୁଳିଡିହ ପଂଚାୟତ ଠୋକରା ଗାଁର ଶ୍ୟାମ ସୁନ୍ଦର ରାୟଙ୍କ ସପରିବାର ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ଯଥାଶୀଘ୍ର ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ