ମଇ ମାସରେ ବିଏମ୍ ସିରୁ ଅବସର ନେଲେ 10 ଜଣ କର୍ମଚାରୀ
Bhubaneswar, 1 ଜୁନ୍ (ହି.ସ.) ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ରୁ 10 ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ନିୟମିତ କର୍ମଚାରୀ ହୋଇଥିବା ବେଳେ 2 ଜଣ ଡିଏଲ୍ଆର୍ ଏବଂ ଜଣେ ସିଏଲ୍ଆର୍ । ଏହି ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ରିକ୍ରେସନ କ୍ଲବ ପକ୍ଷରୁ
ମଇ ମାସରେ ବିଏମ୍ ସିରୁ ଅବସର ନେଲେ 10 ଜଣ କର୍ମଚାରୀ


Bhubaneswar, 1 ଜୁନ୍ (ହି.ସ.)

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ରୁ 10 ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ନିୟମିତ କର୍ମଚାରୀ ହୋଇଥିବା ବେଳେ 2 ଜଣ ଡିଏଲ୍ଆର୍ ଏବଂ ଜଣେ ସିଏଲ୍ଆର୍ । ଏହି ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ରିକ୍ରେସନ କ୍ଲବ ପକ୍ଷରୁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କର୍ପୋରେଟର ଭାରତୀ ସିଂ, ଅତିରିକ୍ତ କମିଶନର ଶ୍ରୀ ରତ୍ନକାର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଓ ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

ସରକାରୀ ଚାକିରୀ କଲେ, ଦିନେ ନା ଦିନେ ଅବସର ଗ୍ରହଣ କରିବାକୁ ପଡିବ । କର୍ମମୟ ଜୀବନରୁ ଅବସର ନେଇ ପରିବାର ସହ ସୁଖ ଓ ଶାନ୍ତିରେ ସମୟ କଟାଇବାକୁ ପରାମର୍ଶ ଦେଇଥିଲେ ମାନନୀୟା ମେୟର ଶ୍ରୀମତୀ ଦାସ । ଏଥିରେ ମନ ଦୁଃଖ କରିବାର ନାହିଁ । ମାତ୍ର ଯେଉଁ ସଂସ୍ଥାରେ ଆପଣମାନେ ଦୀର୍ଘ ଦିନ କାମ କରି ଛୋଟରୁ ବଡ କରିଥିଲେ, ସେ ସଂସ୍ଥା ଆପଣଙ୍କୁ ଖୋଜିବ । କାରଣ ଅପଣମାନଙ୍କ ପରି ଜଣେ ଜଣେ ଅଭିଜ୍ଞ କର୍ମଚାରୀ ସୃଷ୍ଟି ହେବା ପାଇଁ ସଂପୃକ୍ତ ସଂସ୍ଥାକୁ 30 ବର୍ଷରୁ ଅଧିକ ସମୟ ଲାଗିବ । 30 ବର୍ଷରୁ ଉର୍ଦ୍ଧ୍ୱକାଳ ଭୁବନେଶ୍ୱର ମହାନଗର ନିଗମ ପାଇଁ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଥିବାରୁ ସେମାନଙ୍କର ଦୀର୍ଘ, ନିରମୟ ଓ ନିରୋଗ ଜୀବନ ଯାପନ କାମନା କରିଥିଲେ ମାନନୀୟା ମେୟର ।

ମଇ ମାସରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ହେଲେ-ଅମିୟ କୁମାର ମହାନ୍ତି, ରୋହୀତ ଚନ୍ଦ୍ର ଦାସ, ନରସିଂହ ପ୍ରସାଦ ପଣ୍ଡା, ପ୍ରଦୀପ୍ତ କୁମାର ଡାକୁଆ, ରବୀନ୍ଦ୍ର ନାଥ ସାହୁ, ସୁରେନ୍ଦ୍ର ପରିଡା, ଦୀପକ କୁମାର ନାଇସ, ଅନିଲ କୃଷ୍ଣ ପଟ୍ଟନାୟକ, କାନ୍ଦୁରୀ ନାଇକ ଓ ମାଧବ ନାଇକ। ଅବସର ଗ୍ରହଣ କରିଥିବା ଏହି କର୍ମଚାରୀଙ୍କୁ ମାନନୀୟା ମେୟରଙ୍କ ସହ ଉପସ୍ଥିତ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଅବସର ଗ୍ରହଣ କରୁଥିବା ଯୋଗ୍ୟ କର୍ମଚାରୀମାନଙ୍କୁ ସଂଗେ ସଂଗେ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ମଂଚ ପରିଚାଳନା କରିଥିଲେ ବିଏମ୍ ସି ରିକ୍ରେସନ କ୍ଲବର ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ ଏବଂ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ ଓ ସସ୍ମିତା ନାୟକ ପ୍ରମୁଖ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande