ଭଦ୍ରକ, ୩୦ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମର ଜଣେ ଯୁବ ଚାଷୀଙ୍କର ଶୁକ୍ରବାର ଅପରାହ୍ନ ୪ଟା ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବ ଚାଷୀ ଧରଣୀଧର ମଳିକଙ୍କ ପୁଅ ଦେବେନ୍ଦ୍ର ମଳିକ (୨୫)ବୋଲି ଜଣାଯାଇଛି । ପ୍ରକାଶଯେ,ଦେବେନ୍ଦ୍ର ଧାନ ତଳି ପକାଇବା ପାଇଁ ହଳ କରିବା ଉଦ୍ଦେଶ୍ୟରେ ବିଲକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଦେବେନ୍ଦ୍ର ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବଚାଷୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ଖବରପାଇ ଅଧ୍ୟକ୍ଷାଙ୍କ ପ୍ରତନିଧି ପ୍ରଫୁଲ୍ଲ ଦାସ, ସରପଂଚଙ୍କ ପ୍ରତିନିଧି ଅଶୋକ ଦାସ,ବିଜେପି ନେତା ଶୁକଦେବ ମଲିକ,ଅଜୟ ମଲିକ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଡାକ୍ତରଖାନାରେ ପହଂଚି ଶୋକପ୍ରକାଶ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ