ଭୁବନେଶ୍ୱର,୩୦ ମଇ (ହି.ସ.) - ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଭିଡିଓ ବାର୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କର କଲ୍ୟାଣ କାମନା କରିଛନ୍ତି।
ସୋସିଆଲ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ କଲ୍ୟାଣମୟ ହେଉ। ଜୟ ମା' ସମଲେଇ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା