ଉଦୟପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ଦୁର୍ନୀତିର ତଦନ୍ତ ଦାଵି
ଗଞ୍ଜାମ, ୩୦ ମଇ (ହି.ସ.)- ଗଂଜାମ ଜିଲା ଶେରଗଡ ଉଦୟପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଵା ଯୁକ୍ତ ୨ କଲେଜରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆସିଥିବା ୨ ଲକ୍ଷ ଟଙ୍କା ଗଠି
ଉଦୟପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ଦୁର୍ନୀତିର ତଦନ୍ତ ଦାଵି


ଗଞ୍ଜାମ, ୩୦ ମଇ (ହି.ସ.)- ଗଂଜାମ ଜିଲା ଶେରଗଡ ଉଦୟପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଵା ଯୁକ୍ତ ୨ କଲେଜରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆସିଥିବା ୨ ଲକ୍ଷ ଟଙ୍କା ଗଠିତ କମିଟିର ବିନା ଅନୁମୋଦନରେ ଖର୍ଚ୍ଚ କରିବା, ସ୍ମାର୍ଟ କ୍ଲାସ ନିର୍ମାଣ କାର୍ଯ୍ୟ କଲେଜ କର୍ମଚାରୀ ମାନେ କଲେଜ ଫଣ୍ଡରୁ ଟଙ୍କା ବାହାର କରି ଶିକ୍ଷାଦାନ ଛାଡି ଠିକାଦାର କାମ କରିବା, କଲେଜ ଫଣ୍ଡରୁ ବାହାର କରାଯାଇଥିବା ପୁଣି ଜମା ନକରି ଉଠା ଯାଇଥିଵା ଟଙ୍କାକୁ ବିଭିନ୍ନ ଭାଉଚର କରି ଦେଖେଇବା, କଲେଜ ପାଇଁ ଜେନେରଟର କିଣାରେ ଅଧିକ ଖର୍ଚ୍ଚ ଦେଖେଇବା,

କଲେଜରେ ରାତ୍ର ଜଗୁଆଳ ଭାବେ କିଛି କର୍ମଚାରୀଙ୍କ ବିଲବାଡି ଓ ଘରୋଇ କାମ କରୁଥିବା, ଜାତିପ୍ରଥା ଦେଖି ଉଚ୍ଚ ଜାତିର ଜଣେ

ବ୍ୟକ୍ତିକୁ ୮ ହଜାର ଟଙ୍କାରେ ନିଯୁକ୍ତି ମିଳିଥିବା,

କେଉଁ ସ୍ୱତନ୍ତ୍ର ଆଗ୍ରହରେ ଅବସରର ନେବାକୁ ଥିବା ଜଣେ କିରାଣୀକୁ ପୁଣି ନିଯୁକ୍ତି ଦେଵା ନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସ୍ୱୀକୃତି ଆଣିବା,(ଏହା ପୂର୍ବରୁ ୨ ଜଣ ବରିଷ୍ଠ କିରାଣୀ ଅବସର ନେଇ ସାରିଛନ୍ତି ), କଲେଜ ହେଡ଼ରେ ଥିବା ବିପୁଳ ଅର୍ଥ ରାଶିରୁ ଉନ୍ନୟନ କାମ ନାମରେ ମନଇଚ୍ଛା ଖର୍ଚ୍ଚ କରିବା, ଦୀର୍ଘ ବର୍ଷ ହେଲା କଲେଜ ରିଜଲ୍ଟ ଭଲ ନହେବା l ଏହିପରି ଅନେକ ଦୁର୍ନୀତି ହୋଇଥିବା ଶେରଗଡ଼ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଦୁର୍ନୀତି ନିବାରଣ ବିଭାଗ, ଉପଜିଲ୍ଲାପାଳ ଭଞ୍ଜନଗର, ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭୁବନେଶ୍ୱର ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଶେରଗଡ଼ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande