ଓବିସି ସଂରକ୍ଷଣ ନେଇ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି - ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ଭୁବନେଶ୍ୱର, ୩୦ ମଇ (ହି.ସ.) - ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନେଇ ବୈଷୟିକ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ବିଜୁ ଜନତା ଦଳ ହାତରେ ୨୫ ବର୍ଷର କ୍ଷମତା ଥିଲା। ଓବିସି ବର୍ଗଙ୍କ ସଂଖ୍ୟା ରାଜ୍ୟରେ ଅଧିକ। ଯାହାଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଜେଡି ସରକାର ବିଫଳ ହୋଇଥିଲା
ଓବିସି ସଂରକ୍ଷଣ ନେଇ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି - ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ


ଭୁବନେଶ୍ୱର, ୩୦ ମଇ (ହି.ସ.) - ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନେଇ ବୈଷୟିକ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ବିଜୁ ଜନତା ଦଳ ହାତରେ ୨୫ ବର୍ଷର କ୍ଷମତା ଥିଲା। ଓବିସି ବର୍ଗଙ୍କ ସଂଖ୍ୟା ରାଜ୍ୟରେ ଅଧିକ। ଯାହାଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଜେଡି ସରକାର ବିଫଳ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ସୁ ବିଚାର କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓବିସିଙ୍କୁ ସଂରକ୍ଷଣ ଦେବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଏହା ଉପରେ ଅନୁଧ୍ୟାନ କରାଯାଉଛି। ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ । ଏନେଇ ତତ୍କାଳୀନ ବିଜେଡି ସରକାରକୁ କେନ୍ଦ୍ର ମନ୍ତ୍ରୀ ବାରମ୍ବାର ଚିଠି ଲେଖିଥିଲେ । ଓବିସି ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ସେ ଅନୁରୋଧ କରିଥିଲେ। ବିଜେଡି ସରକାର ଓବିସି ବର୍ଗଙ୍କୁ ନ୍ୟାୟ ଦେଇନଥିଲେ । ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯାହା ହାସ୍ୟାସ୍ପଦ କଥା । ବିଜେପି ଲୋକଙ୍କ ସରକାର । ସବୁ ବର୍ଗର ଲୋକଙ୍କ ଆଗକୁ ନେବାକୁ ଆମ ସରକାର ଚିନ୍ତା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande