ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମାଗଣା ଚିକତ୍ସା ସୁବିଧା ଯୋଗାଇବ ଏକେ ହସ୍ପିଟାଲ
କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଥିବା ଏକେ ମଲ୍‌ଟି ସ୍ପେସିଆଲିଷ୍ଟ ଏଣ୍ଡ କାଜୁଆଲଟି ପ୍ରାଇଭେଟ ଏଲଟିଡି ହସ୍ପିଟାଲ ଏଣିକି ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତି ମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇବ । ଦୁଇଟି ରାଜପଥର ସଂଯୋଗସ୍ଥଳ ପାଣିକୋଇଲି ହୋଇଥିବା ବେଳେ ପ୍ରତ୍ୟେହ ଦ
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମାଗଣା ଚିକତ୍ସା ସୁବିଧା ଯୋଗାଇବ ଏକେ ହସ୍ପିଟାଲ


କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଥିବା ଏକେ ମଲ୍‌ଟି ସ୍ପେସିଆଲିଷ୍ଟ ଏଣ୍ଡ କାଜୁଆଲଟି ପ୍ରାଇଭେଟ ଏଲଟିଡି ହସ୍ପିଟାଲ ଏଣିକି ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତି ମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇବ । ଦୁଇଟି ରାଜପଥର ସଂଯୋଗସ୍ଥଳ ପାଣିକୋଇଲି ହୋଇଥିବା ବେଳେ ପ୍ରତ୍ୟେହ ଦୁର୍ଘଟଣା ଘଟୁଛି । ଏଠାରେ ଥିବା ଟ୍ରମା କେୟାର ମଧ୍ୟ ଉଦ୍ଘାଟନ ହୋଇନି । ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ ହଠାତ ପରିଚୟ ମିଳୁନଥିବାରୁ ସ୍ୱେଚ୍ଛାସେବୀ ସଂଗଠନ ସ୍ଥାନୀୟ ଘରୋଇ ଚିକିତ୍ସାଳୟରେ ନିଜ ଅର୍ଥ ଦେଇ ସେମାନଙ୍କୁ ଚିକିତ୍ସା କରାଉଛନ୍ତି । ଅଧିକ ଆହତ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଉଛି । ରାଜପଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କର ପାଣିକୋଇଲି ସ୍ଥିତ ଏକେ ହସ୍ପିଟାଲ ସହିତ ଚୁକ୍ତି ହୋଇଛି । ଏଣିକି ଆହତ ରୋଗୀର ଚିକତ୍ସା ନମିନ୍ତେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଓ ୨୪ ଘଂଟିଆ ରହଣୀ ବ୍ୟବସ୍ଥା କରାଯାଇଛି । ଏକେ ମଲ୍‌ଟି ସ୍ପେସିଆଲିଷ୍ଟ ଏଣ୍ଡ କାଜୁଆଲଟି ପ୍ରାଇଭେଟ ଏଲଟିଡି ହସ୍ପିଟାଲ ଏହି ସମସ୍ତ ସୁବିଧା ରାଜପଥରେ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କୁ ଯୋଗାଇବ । ତେଣୁ ସମସ୍ତ ସମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଏହାର ସୁବିଧା ନେବା ପାଇଁ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande