ବଲାଙ୍ଗିର, ୩୧ ମଇ (ହି.ସ.)- ଲର୍କିପାଲି ସ୍ଥିତ ସରକାରୀ ପଲିଟେକନିକ୍ କଲେଜ ର ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସରକାରୀ ପଲିଟେକନିକ୍ କଲେଜ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଆୟୋଜନ କ୍ରମେ କରୋନା ସମୟରେ ପିତୃମାତୃକୁ ହରାଇଥିବା ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଶିଶୁ, ପୃଷ୍ଠପୋଷକତା ରାଶି ପାଉଥିବା ଶିଶୁ, ସ୍ଵତନ୍ତ୍ର ସୁରକ୍ଷାରେ ଥିବା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା, ଦ୍ଵାଦଶରେ ଉତ୍ତୀର୍ଣ୍ଣ ହୋଇଥିବା ଥିବା ଶିଶୁଙ୍କ ପାଇଁ ବୈଷୟିକ ଶିକ୍ଷାର ଉପକାରିତା ଓ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଉପରେ ଏକ ବୃତ୍ତି ଭିତ୍ତିକ ପରାମର୍ଶ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପଲିଟେକନିକ୍ କଲେଜରେ ଅଧ୍ୟକ୍ଷ ଶ୍ରଦ୍ଧାନନ୍ଦ ବେହୁରା ଉପସ୍ଥିତ ରହି ବୈଷୟିକ ଶିକ୍ଷା ଏକ ନିଯୁକ୍ତିଭିତ୍ତିକ ଶିକ୍ଷା ଏହି ପାଠ୍ୟକ୍ରମରେ ନିଜର କେରିଅର୍ କୁ ସୁଦୃଢ କରିପାରିବେ ବୋଲି ମତାମତ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ତଦ୍ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତଦ ସହିତ ଛାତ୍ରୀ ମାନଙ୍କ ପାଇଁ ସୁଦକ୍ଷା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ଗ୍ରୀନ ପାସେଜ୍ ସାର୍ଟିଫିକେଟ ର ଉପକାରିତା ଉପରେ ଜଣାଇବା ସହ ମାତୃ ପିତୃକୁ ହରାଇଥିବା ଶିଶୁଙ୍କୁ ଯଶୋଦା ଯୋଜନାରେ ସଂଶ୍ଳିଷ୍ଟ କରାଯାଇପାରିବ ବୋଲି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ୩୨ ଜଣ ଛାତ୍ରଛାତ୍ରୀ ପଲିଟେକନିକ୍ କଲେଜରେ ପଢିବା ପାଇଁ ଅନ ଲାଇନ କରିଥିଲେ।
ଏହି ଅବସରରେ ପଲିଟେକ୍ ନିକ କଲେଜ ର ହିମାଦ୍ରି କୁମାର ବଳ, ବିଭୁ ପ୍ରସାଦ ଦାସ, ଲୋକେଶ ପଟ୍ଟନାୟକ, ଅନିଲା ଶୁଭଦର୍ଶୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁଦନ ଖମାରୀ, ବସନ୍ତ ହରପାଲ, ଶୁଭମ୍ ଜେନା ଉପସ୍ଥିତ ଥିଲେ। ପରିଶେଷରେ ସାମାଜିକ କର୍ମୀ ହରିବନ୍ଧୁ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ