ଭଦ୍ରକ, ୩୧ ମଇ (ହି.ସ.) - ଭଦ୍ରକ ପୌରପାଳିକାର ସଭାଗୃହରେ ୪୦ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ପୌରନିର୍ବାହୀ ଅଧିକାରୀ ତାପସ ସାମଲଙ୍କ ସମେତ ସମସ୍ତ ପାରିଷଦ ଓ ପୌରପାଳିକାର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ପୌରାଂଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜନକଲ୍ୟାଣକାରୀ ଯୋଜନା, ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆଗକୁ ବର୍ଷାଦିନ ଆସୁଥିବାରୁ ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, ବିପର୍ଯ୍ୟସ୍ତ ହୋଇପଡିଥିବା ବିଭିନ୍ନ ୱାର୍ଡର ରାସ୍ତାଗୁଡିକର ମରାମତି କରାଯିବା ନେଇ ଏହି ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ