ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଗୋ ବିଜ୍ଞାନ, ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ
ସୁବର୍ଣ୍ଣପୁର, ୩୧ ମଇ (ହି.ସ.)- ଆଜି ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ଗୋ ବିଜ୍ଞାନ, ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ( ଖବର ଲେଖା ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଶିବିର ଏଯାବତ୍ ଚାଲୁ ଅଛି)। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ବୟନିକା ସଭାପତି ପ୍ରକାଶ ଚନ୍ଦ୍
ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେଗୋ ବିଜ୍ଞାନ , ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ


ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେଗୋ ବିଜ୍ଞାନ , ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ


ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେଗୋ ବିଜ୍ଞାନ , ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ


ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେଗୋ ବିଜ୍ଞାନ , ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ


ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେଗୋ ବିଜ୍ଞାନ , ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ


ସୁବର୍ଣ୍ଣପୁର, ୩୧ ମଇ (ହି.ସ.)- ଆଜି ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ଗୋ ବିଜ୍ଞାନ, ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ( ଖବର ଲେଖା ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଶିବିର ଏଯାବତ୍ ଚାଲୁ ଅଛି)। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଗବେଷକ ସାଲେଗ୍ରାମ ହୋତା, ଗୋରେଖନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥି ଗୋ ମାହାତ୍ମ୍ୟ ଓ ଗୋ ଜାଗରଣ ଉପରେ ମତବ୍ୟକ୍ତ କରିଥିଲେ ଓ ସମସ୍ତ ଶିବିରାର୍ଥିଙ୍କୁ ମାନପତ୍ର ଦେଇଥିଲେ । ମା ମାହେଶ୍ୱରୀ ଗୋ ସେବାଶ୍ରମର ମଧୁସୂଦନ ମହାକୁରଙ୍କୁ ଦେଶୀ ଗୋ ମାତାଙ୍କ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମାତାଙ୍କ ପ୍ରତି ଏକ ନବ ସମ୍ବେଦନା ଆରମ୍ଭ କରିବା ସହ ଗାଆଁ ର ଚାଷୀ ଯୁବ ଗୋଷ୍ଠୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦେଶୀ ବେଦ ଲକ୍ଷଣା ଗୋ ମାତାଙ୍କ ଆଶୀର୍ବାଦ ସ୍ୱରୂପ ଗୋବର ଓ ଗୋମୁତ୍ର ର ବ୍ୟବହାରରେ ବାସ୍ତୁ ସୁଧାର ଜିନିଷ ଓ ପଞ୍ଚଗବ୍ୟ ଔଷଧ ନିର୍ମାଣ କରି କେମିତି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ତିନି ଦିନ ପ୍ରଶିକ୍ଷଣ ଚାଲିଥିଲା। ଗୋ ଗ୍ରାମର ସୁରଭି ସଂରକ୍ଷଣ ମଞ୍ଚ ତରଫରୁ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ପଞ୍ଚଗବ୍ୟ ଓ ଉର୍ଜା ବିଜ୍ଞାନର ଆଚାର୍ଯ୍ୟ ସୁଶାନ୍ତ କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ। ସାଥିରେ ସଂଗୀତା ମହାନ୍ତି, ବିଶ୍ଵ ରଞ୍ଜନ ମହାନ୍ତି ବିଭିନ୍ନ ଔଷଧ ଆଣି ତାର ଗୁଣବତ୍ତା ବତେଇଥିଲେ। ବ୍ଲକ୍ ସ୍ତରୀୟ ଜୀବିକା ମିଶନ ଅଫିସର୍ ଶ୍ରୀ ମାଝୀଙ୍କ ଉଦ୍ୟମରେ ୫୦ରୁ ଊର୍ଦ୍ଧ୍ଵ ଏସଏଚଜି ମହିଳା ସବୁ ପ୍ରଶିକ୍ଷଣ ନେଇଥିଲେ। ସରକାରୀ ସହାୟତା ମିଳିଲେ ଖୁବ ଶୀଘ୍ର ସବୁ ଉତ୍ପାଦ ନିର୍ମାଣ କରି ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଅନେକ ଯୁବକ ଭାଇ ମାନେ ନାଡ଼ି ବିଜ୍ଞାନ, ଊର୍ଜା ବିଜ୍ଞାନ ଓ ପଞ୍ଚଗବ୍ୟ ପ୍ରଶିକ୍ଷଣ ନେବା ସହ ପାଖ ଗାଆଁ ମାନଙ୍କୁ ଯାଇ ଘରକୁ ଘର ଶୁଦ୍ଧ କରିଥିଲେ। ଗୋ ମାତାଙ୍କ ଉପସ୍ଥିତି ଘରର ବାସ୍ତୁ ଓ ପରିବାରର ସ୍ବାସ୍ଥ୍ୟ ସହ ପାରିବାରିକ ସମ୍ବନ୍ଧ ସୁଧାରିବାରେ କେତେ ମହତ୍ତ୍ୱପୂର୍ଣ୍ଣ ସେମାନେ ପ୍ରୟୋଗ ଦେଖାଇ ଲୋକଙ୍କୁ ବୁଝାଇ ପାରିଥିଲେ । ଏଥିପାଇଁ ଏ ତିନି ଦିନର ଶିବିରରେ ଅଞ୍ଚଳର ଅନେକ ରୋଗୀ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଶିବିରକୁ ଆସିଥିଲେ ଓ ଅନେକ ଅନେକ ଦୁଃସାଧ୍ୟ ରୋଗ ଯେମିତି ଆଣ୍ଠୁ ଗଣ୍ଠି ବାତ ଆଦିରେ ତୁରନ୍ତ ଉପଶମ ପାଇଥିଲେ। ଶେଷରେ ସମସ୍ତ ଗୋ ଭକ୍ତଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ହୋଇଥିଲା। ସରକାର ଚାଷୀଙ୍କୁ ଦେଶୀ ଗୋ ମାତା ପ୍ରଦାନ କରନ୍ତୁ। ପୁରୀ ଶ୍ରୀମନ୍ଦିର ଓ ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ସହ ଦେବୋତ୍ତର ବିଭାଗ ଅଧୀନରେ ଥିବା ସମସ୍ତ ମନ୍ଦିରରେ ଦେଶୀ ଗୁଆ ଘିଅରେ ଭୋଗ ଓ ପୂଜା କାର୍ଯ୍ୟ କରିବା ପାଇଁ ସରକାର ଯତ୍ନବାନ ହୁଅନ୍ତୁ। ସେମାନେ ଗାଁ ଗାଁ ରେ ଗୋ ମାହାତ୍ମ୍ୟ ପ୍ରଚାର କରିବା ସହ ଗାଁ ରୁ ଗୋଟି ଗୋଟି ରୋଗ ସମୂଳେ ନିପାତ୍ କରିବା ପାଇଁ ତଥା ସରକାରୀ ଷଡ଼ଯନ୍ତ୍ରରେ ଓ ଦେବୋତ୍ତର ବିଭାଗ ନେତୃତ୍ୱରେ ସବୁ ମନ୍ଦିର ମାନଙ୍କରେ ବ୍ୟବହାର ହେଉଥିବା ଗାଈ ଚର୍ବି ଯୁକ୍ତ ଘିଅ ବନ୍ଦ କରିବା ପାଇଁ ସଂକଳ୍ପ ନେଲେ।

ଏହି ଶିବିରରେ ସମସ୍ତ ସହଯୋଗ କରିଥିବାରୁ ମଞ୍ଚ ତରଫରୁ ପାତାଳୀ ସେନା ଓ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ କୁ ସାଧୁବାଦ୍ ଦିଆଯାଇଛି। ଶେଷରେ ସୁବର୍ଣ୍ଣପୁର ସମେତ ପଶ୍ଚିମ ଓଡ଼ିଶାରେ ଗୋ ଅର୍ଥନୀତିର ଜାଗରଣ ପାଇଁ ପ୍ରଚେଷ୍ଟା କରିଥିବାରୁ ଗୋ ଗ୍ରାମର ସମସ୍ତ ଆଚାର୍ଯ୍ୟ ଓ ସହଯୋଗୀଙ୍କୁ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସେମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande