ପୁଣି ବଢ଼ିଲା +୩ ନାମଲେଖା ଆବେଦନ ଅବଧି, ଜୁନ ୪ ଯାଏଁ କରିପାରିବେ ଆବେଦନ
ଭୁବନେଶ୍ୱର, 2 ଜୁନ୍ (ହି.ସ.)ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ +୩ ସ୍ତରରେ ନାମଲେଖା ପାଇଁ ଆବେଦନ ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। ଆସାୟୀ ଛାତ୍ରଛାତ୍ରୀ ଏବେ ଆସନ୍ତା ଜୁନ ୪ ତାରିଖ ରାତି ୧୧:୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଛାତ
ପୁଣି ବଢ଼ିଲା +୩ ନାମଲେଖା ଆବେଦନ ଅବଧି, ଜୁନ ୪ ଯାଏଁ କରିପାରିବେ ଆବେଦନ


ଭୁବନେଶ୍ୱର, 2 ଜୁନ୍ (ହି.ସ.)ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ +୩ ସ୍ତରରେ ନାମଲେଖା ପାଇଁ ଆବେଦନ ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। ଆସାୟୀ ଛାତ୍ରଛାତ୍ରୀ ଏବେ ଆସନ୍ତା ଜୁନ ୪ ତାରିଖ ରାତି ୧୧:୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱାରା ଏ ସମ୍ପର୍କିତ ଦାବି କରାଯିବା ପରେ ଏହାକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଛି ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଆବେଦନର ଶେଷ ତାରିଖ ମେ ୨୦ ଥିଲା, ଯାହାକୁ ପରେ ରାଜ୍ୟ ସରକାର ଏହାକୁ ଜୁନ ୧ ଯାଏଁ ବୃଦ୍ଧି କରିଥିଲେ।

ଯୁକ୍ତ ୨ ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇଥିବାରୁ ଅନେକ ଛାତ୍ରଛାତ୍ରୀ ଯୁକ୍ତ ୩ ରେ ନାମଲେଖା ପାଇଁ ଆବେଦନ କରିବାରେ ଅସୁବିଧା ଅନୁଭବ କରୁଥିଲେ। ଏହା ସହ ଉଚ୍ଚଶିକ୍ଷା ବିଭାଗ ନିକଟକୁ ଅନେକ ଅଭିଯୋଗ ଆସୁଥିଲା। ତେଣୁ ଏହି ଅବଧିକୁ ପୁଣି ଥରେ ବଢାଇବାକୁ ଦାବି ହୋଇଆସୁଥିବାବେଳେ ଆଉ ୩ ଦିନ ବଢାଯାଇ ଜୁନ୍‌ ୪ ଯାଏଁ ସମୟ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande