କୋରେଇ, ୩୧ ମଇ (ହି.ସ.)- କୋରେଇ ବ୍ଲକ୍ ଅନ୍ତର୍ଗତ ଜହ୍ନା ହାଇସ୍କୁଲରେ ବ୍ଲକ୍ସ୍ତରୀୟ ବିକଶିତ କୃଷି ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି । କୋରେଇ ବ୍ଲକ୍ କୃଷି ଅଧିକାରୀ କବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ବବିତା ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିଆଡବ୍ଲୁଏର କୃଷି ବୈଜ୍ଞାନିକ ଡ. ଲିପିକା ଦାଶ, ବୈଜ୍ଞାନିକ ବିଜୟ କୁମାର ରାଉତରାୟ, ମତ୍ସ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ମଦନ ଆର୍. ବାଡେ, ଯାଜପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି (କୃଷି ବିଭାଗ) ଜିତେନ୍ଦ୍ର କୁମାର ବିଶ୍ୱାଳ, ବ୍ଲକ ସହକାରୀ କୃଷି ଅଧିକାରୀ ମଧୁମିତା ବାରିକ, ଅମ୍ଲାନଜ୍ୟୋତି ସୋର, ଉଦ୍ୟାନ କୃଷି ଅଧିକାରୀ ଅନ୍ତର୍ଜ୍ୟାମୀ ସାହୁ, ସହକାରୀ ମୃତିକା ସଂରକ୍ଷଣ ଅଧିକାରୀ ରଶ୍ମିତା ପାତ୍ର, କୃଷି ଓଭରସିଅର ଜୟଶ୍ରୀ ମେକାପ୍, ପଂଚାୟତ କୃଷି ଅଧିକାରୀ କେଶବ ବେଜ, ଚାରୁ ଚନ୍ଦ୍ର ପ୍ରଧାନ ଏବଂ କ୍ଷୀରୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଶିବିରରେ ଅଧିକାରୀମାନେ ଚାଷୀମାନଙ୍କୁ ବିବରଣୀ ଦେଇଥିବା ବେଳେ ବିଭିନ୍ନ କୃଷିଭିତିକ ବିଭାଗରେ ଯୋଜନାଗୁଡ଼ିକ କିଭଳି କାର୍ଯ୍ୟକାରୀ ହେବ ସେନେଇ ସୂଚନା ଦେଇଥିଲେ । ସେହିପରି ବ୍ଲକ୍ର କରଦା ପଂଚାୟତରେ ମଧ୍ୟ ଶିବିର ଆୟୋଜିତ ହୋଇଥିଲା । ଆୟୋଜିତ ଶିବିରରେ ବ୍ଲକ୍ର ବହୁ ଚାଷୀ ଯୋଗ ଦେଇଥିବା ବେଳେ କୃଷି ବିଭାଗର କର୍ମଚାରୀମାନେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ