ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
କେନ୍ଦୁଝର, ୩୧ ମଇ (ହି.ସ.) - ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜ
ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ


କେନ୍ଦୁଝର, ୩୧ ମଇ (ହି.ସ.) - ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଏହି ଦିବସର ପାଳନ କରିବାର ତାତ୍ପର୍ଯ୍ୟ ଓ ଦିବସର ବାର୍ତା “ତମାଖୁର ବିକ୍ରିବଟା ଓ ସେଗୁଡିକର ବିଜ୍ଞାପନ ପାଇଁ ପ୍ରାଣୀତ ନୂତନ କୌଶଳର ପର୍ଦାଫାଶ କରିବା ଓ ତମାଖୁ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲା । ଡାକ୍ତର ପ୍ରଦୀପ କୁମାର ମିଶ୍ର (ଭେଷଜ ବିଶେଷଜ୍ଞ) ତମାଖୁ ଓ ଏହାର କୁପ୍ରଭାବ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି ତମାଖୁ ସେବନ ଦ୍ୱାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ, ମଧୁମେୟ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ମୃତ୍ୟୁମୁଖରେ ପଡିଥାନ୍ତି ଓ ତମାଖୁର କ୍ଷତିକାରକ ଉପାଦାନ ଉପରେ ଆଲୋଚନା କରିଥିଲେ । ଡାକ୍ତର ପ୍ରଶାନ୍ତ ମିଶ୍ର ତମାଖୁ ସେବନ ଅଣସଂକ୍ରମକ ରୋଗର ପ୍ରମଖ କାରଣ ଅନେକ ଓ ତମାଖୁ ସେବନ ଅଭ୍ୟାସ ଛାଡିବା ସମ୍ଭବ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ ଓ ଏ.ଏମ୍‌. ଏନ୍‌.ସି.ଡି. ସନ୍ତୋଷ କୁମାର ପଟ୍ଟନାୟକ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାରାମେଡିକାଲ୍ ଷ୍ଟାଫ୍‌, ମହିଳା ତାଲିମ୍ କେନ୍ଦ୍ରର ଶିକ୍ଷୟିତ୍ରୀ ସମେତ ଛାତ୍ରୀ, ବିଭାଗୀୟ ଅଧିକାରୀ, ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭରତ କୁମାର ସାହୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ସଂଚାଳନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଭୁତି


 rajesh pande