ନୂତନ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ୍ୟକ୍ରମ ଓ ନାମଲେଖା ନେଇ ଆସନ୍ତା ୨ ତାରିଖ ରୁ ଫର୍ମ ପ୍ରଦାନ ସୂଚନା ଦେଲେ କର୍ତୃପକ୍ଷ
ଜୟପୁର, ୩୧ ମଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସହରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ନେଇ ବିଦ୍ୟାଳୟ ଦାୟୀତ୍ୱରେ ରହିଥିବା କର୍ତୃପକ୍ଷ ସୂଚନା ଦେଇଥିଲେ । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ସମ୍ମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥାର ନିର୍ମିତ ନୂତ ଭବନର ପରିସରରେ ଆୟୋଜିତ ଏକ ଖବ
ନୂତନ  କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ୍ୟକ୍ରମ ଓ ନାମଲେଖା ନେଇ ଆସନ୍ତା 2 ତାରିଖ ରୁ ଫର୍ମ ପ୍ରଦାନ ସୂଚନା ଦେଲେ କର୍ତ୍ତୃପକ୍ଷ


ଜୟପୁର, ୩୧ ମଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସହରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ନେଇ ବିଦ୍ୟାଳୟ ଦାୟୀତ୍ୱରେ ରହିଥିବା କର୍ତୃପକ୍ଷ ସୂଚନା ଦେଇଥିଲେ । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ସମ୍ମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥାର ନିର୍ମିତ ନୂତ ଭବନର ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦାଶ, ଜୟପୁର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହରିହର ପଣ୍ଡା ଏବଂ ଶିକ୍ଷକ ଗୋବିନ୍ଦ ବେହେରା ଉପସ୍ଥିତ ରହିବା ସହ ଆସନ୍ତା ୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ଫର୍ମ ପ୍ରଦାନ ସହ ଅନ୍ତିମ ଦିବସ ୧୬ ତାରିଖ ସଂଧ୍ୟା ୫ ଟା ସୁଧା ଆବଦନକାରୀଙ୍କ ଦ୍ୱାରା ତଥ୍ୟ ପୂରଣ କରାଯାଇଥିବା ଫର୍ମ ଗ୍ରହଣ କରାଯିବ । ଏହାପରେ ସମସ୍ତ ପ୍ରକ୍ରିୟା ୨୧ ତାରିଖ ସୁଦ୍ଧା ପ୍ରଦାନ କରାଯାଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଆସନ୍ତା ଜୁନ ୨୨ ଓ ୨୩ ତାରିଖ ଠାରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ପ୍ରକିୟା ଆରମ୍ଭ କରାଯାଇ ୩୦ ତାରିଖ ସୁଦ୍ଧା ଆରମ୍ଭ କରାଯାଇ ଜୁଲାଇ ପହିଲାରୁ ପାଠ୍ୟକ୍ରମ ଆରମ୍ଭ କରାଯିବ । ସେହିପରି ଶିକ୍ଷା ଅଧିକାର ଯୋଗ୍ୟତା ହାସଲ କରୁଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଗାଇଡଲାଇନ ଅନୁଯାୟୀ ପ୍ରଥମ କେଟୋଗୋରୀରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅବସର ସେନାକର୍ମଚାରୀ, ୨ୟରେ ବ୍ୟାଙ୍କ, ବୀମା ଓ କେନ୍ଦ୍ରୀୟ ନିଗମ, ୩ୟରେ ରାଜ୍ୟ ସରକାରୀ କର୍ମଚାରୀ, ରାଜ୍ୟ ନିଗମ ଏବଂ ଶେଷରେ ସାଧାରଣ ଲୋକଙ୍କ ପୁଅ ଓ ଝିଅଙ୍କୁ ସୁଯୋଗ ଦିଆଯିବ । ସେହିପରି ୬ଟି ସିଟ୍ ଅନୁସୂଚିତ ଜାତି, ୩ଟି ଅନୁସୂଚିତ ଜନଜାତି, ୧୧ ଟି ଅନ୍ୟାନ୍ୟ ପଛୁଆବର୍ଗ ଏବଂ ୩ଟି ଶାରରୀକ ଭିନ୍ନକ୍ଷମଙ୍କ ପାଇ ସଂରକ୍ଷିତ ରହିବ । ଦାଖଲା ପାଇଁ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରଥମ ଶ୍ରେଣୀର ଦାଖଲା ପାଇଁ ୬ ବର୍ଷରୁ ୮ ବର୍ଷ ବୟସ ନେଇ ବାଧ୍ୟତାମୂଳକ ରହିବ । ତେଣୁ ଜନ୍ମ ସାର୍ଟିଫିକେଟ ମୁଖ୍ୟ ଡକ୍ୟୁମେଂଟ ଭାବେ ଦାଖଲା କରାଯିବ । ସେହିପରି କେଟୋଗରି ଅନୁଯାୟୀ ଆବଶ୍ୟ ଡକ୍ୟୁମେଂଟ ପ୍ରଦାନ ବାଧ୍ୟତାମୂଳକ ରହିଛି। ୧ମରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟୋକ ଶ୍ରେଣୀରେ ୪୦ ଜଣ ଭାବେ ସମୁଦାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦାଖଲା ଦିଆଯିବ । ଏହାପରେ ଆସନ୍ତା ବର୍ଷ ଠାରେ ପର୍ଯ୍ୟାୟ କ୍ରମରେ ଶ୍ରେଣୀକୁ ବୃଦ୍ଧି କରାଯିବ ବୋଲି ସୂଚନାଦେଇଛନ୍ତି । ସେହିପରି ଅତିଶିଘ୍ର କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ପ୍ରଦାନ କରାଯାଇଛି ଏବଂ ଅତିଶିଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାର ସମ୍ପୁର୍ଣ୍ଣ ହେବା ପରେ ନୂତନ ଭବନରେ ବିଦ୍ୟାଳୟ ଆରମ୍ଭ ହେବ । କିନ୍ତୁ ବର୍ତମାନ ଅସ୍ଥାୟୀ ଭବନରେ ହିଁ ଏହାର କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande