ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ଓ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ତ ମଣ୍ଡିରୁ ଧାନ ଉଠାଇବାକୁ ଅନୁରୋଧ କଲେ
ବରଗଡ଼, ୩୧ ମଇ (ହି.ସ.)- ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କଲା ପରେ ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ ତଥା ଆଇସିଏଆର ବୋର୍ଡ ସଦସ୍ୟ କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ତ
ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ଓ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ତ ମଣ୍ଡିରୁ ଧାନ ଉଠାଇବାକୁ ଅନୁରୋଧ କଲେ


ବରଗଡ଼, ୩୧ ମଇ (ହି.ସ.)- ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କଲା ପରେ ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ ତଥା ଆଇସିଏଆର ବୋର୍ଡ ସଦସ୍ୟ କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ତ ମଣ୍ଡିରୁ ଧାନ ଉଠାଇବାକୁ ଅନୁରୋଧ କରିଛନ୍ତି । ଅଦିନିଆ ବର୍ଷା ସାଙ୍ଗକୁ ମୌସୁମୀ ବର୍ଷାର ଆରମ୍ଭକୁ ନେଇ ଏ ପର୍ଯ୍ୟନ୍ତ ମାତ୍ର ୪୦ ପ୍ରତିଶତ ଧାନ ଉଠିଥିବା ନେଇ କମିଟି ଉଦବେଗ ପ୍ରକାଶ କରିଛି । ଯଦି ଏହିପରି ଧାନ ଉଠାଣରେ ମନ୍ଥର ପ୍ରକ୍ରିୟା ରହେ ତେବେ ଆଗାମୀ ଦିନରେ କ୍ଷତିଗ୍ରସ୍ତ ଚାଷୀଙ୍କ ଅସନ୍ତୋଷ ସହ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସତର୍କ କରାଇ ଦେଇଛନ୍ତି । ଏଣୁ ମଣ୍ଡି ଗୁଡିକରୁ ଶିଘ୍ର ଧାନ ଉଠାଇବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande