ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୩୧ ମଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ରାଣିପୁଟ ଗ୍ରାମର ଜଗବନ୍ଧୁ ହରିଜନ (୨୨) । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ପକ୍ଷରୁ ରାଣିପୁ
ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୩୧ ମଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ରାଣିପୁଟ ଗ୍ରାମର ଜଗବନ୍ଧୁ ହରିଜନ (୨୨) ।

ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ପକ୍ଷରୁ ରାଣିପୁଟ ଗ୍ରାମ ରାସ୍ତାରେ ଚଢଉ କରି ୮ ଲିଟର ଦେଶି ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତକୁ ଆଜି ଅପରାହ୍ନ ୨ଟାରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande