ଜଗନ୍ନାଥ ସାଗର ପୁନଃଉଦ୍ଧାର କାର୍ଯ୍ୟ ସମିକ୍ଷା କଲେ ବିଧାୟକ
ଜୟପୁର, ୩୧ ମଇ (ହି.ସ.)- ଜୟପୁର ସ୍ଥିତ ଜଗନ୍ନାଥ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସାଗର ତଟରେ ପହଞ୍ଚି ସମିକ୍ଷା କରିଛନ୍ତି । ବିଧାୟକ ଶ୍ରୀ ବାହିନିପତି ପ୍ରଶାସନିକ ଅଧିକାରି ଓ ମାଟି ଓ ପଙ୍କ ଉଦ୍ଧାର ପାଇଁ ନେଇଥିବା ଠିକାଦାରଙ୍କ ସହ ଆ
ଜଗନ୍ନାଥ ସାଗର ପୁନଃ ଉଦ୍ଧାର କାଯ୍ୟ  ସମିକ୍ଷା କଲେ ବିଧାୟକ


ଜୟପୁର, ୩୧ ମଇ (ହି.ସ.)- ଜୟପୁର ସ୍ଥିତ ଜଗନ୍ନାଥ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସାଗର ତଟରେ ପହଞ୍ଚି ସମିକ୍ଷା କରିଛନ୍ତି । ବିଧାୟକ ଶ୍ରୀ ବାହିନିପତି ପ୍ରଶାସନିକ ଅଧିକାରି ଓ ମାଟି ଓ ପଙ୍କ ଉଦ୍ଧାର ପାଇଁ ନେଇଥିବା ଠିକାଦାରଙ୍କ ସହ ଆଲୋଚନା କରିଥିଲେ । ସାଗରର ଜୟନଗର ନିକଟରେ ଠିକାଦାର କ୍ୟାମ୍ପରେ ଶୋଇଥିବା ବେଳେ ଡ୍ରାଇଭରଙ୍କ ମୋବାଇଲ ଟଙ୍କା ଚୋରି ହୋଇଥିଲା । ମୋବାଇଲ, ୪ଟି ଗାଡି ବ୍ୟାଟେରି ଚୋରି ହୋଇଥିବା ଜାଣି ଉଦବେଗ ପ୍ରକାଶ କରି ଟାଉନ ପୋଲିସକୁ ଡକାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପଙ୍କ ଖୋଳା କାମ ଜୋରସୋରରେ ଚାଲିଛି । ବର୍ଷା ଯୋଗୁଁ ପଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଶିଘ୍ର କାମ ସାରିବାକୁ ଚେଷ୍ଟା ଜାରି ରହିଛି । ଟେଣ୍ଡର ମାଧ୍ୟମରେ କୋକସରାର ଏକ ଠିକା ସଂସ୍ଥାକୁ କାର୍ଯ୍ୟ।ଦେଶ ଦିଆଯାଇଛି । ଉକ୍ତ ଠିକା ସଂସ୍ଥା ଦ୍ରବ୍ଯ ଓ ସେବା କରକୁ ମିଶାଇ ୮ କୋଟି ୪୦ ଲକ୍ଷ ଟଙ୍କାରେ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଅଛି । ଏହି କାର୍ଯ୍ୟର ନିର୍ଦ୍ଧାରିତ ସମାପ୍ତ କରିବାର ଅବଧି ୬ ମାସ ରହିଛି ।

ସମିକ୍ଷା ସମୟରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଆକାବରମ ଶଶ୍ୟା ରେଡ୍ଡି, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ପୌର ଯନ୍ତ୍ରୀ ଅଜୟ ଜାନୀ, କନିଷ୍ଠ ଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକୁ ଉପ ଜିଲାପାଳଙ୍କ ନେତ୍‌ୃତ୍ୱରେ ରାସ୍ତା ଓ ଗୃହ ବିଭାଗ, ଇରିଗେସନ ବିଭାଗର ନିର୍ବାହୀଯନ୍ତ୍ରୀ ଓ ପୌରପାଳିକା ଏହାର ତଦାରଖ କରୁଛନ୍ତି । ପଙ୍କ ଉଦ୍ଧାର ସହ ସୌନ୍ଧର୍ଯ୍ୟକରଣ କାର୍ଯ୍ୟ ହେବ । ନୂତନ ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଉଛି । ପଙ୍କ ଲାଗି ପାଣି କମିଯାଉଛି । ତେଣୁ ପଙ୍କ ଉଦ୍ଧାର କରିବାକୁ ଗୁରୁତ୍ୱ ଦିଆଯିବ । ସାଗର ନିକଟରେ ରହିଥିବା ଜବରଦଖଲ ଉଛେଦ କରାଯିବ । ଏହାଦ୍ୱାରା ଜୟପୁରର ମଧ୍ୟ ବିକାଶ ହେବ । ଏହାକୁ ପୁନଃ ଉଦ୍ଧାର କରିବା ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବୀ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande