ଜୟପୁର, ୩୧ ମଇ (ହି.ସ.) - ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନରେ କାର୍ଯ୍ୟରତ ୬ ଜଣ ପ୍ରଧାନ ଶିକ୍ଷୟିତ୍ରୀ, ଜଣେ ସହକାରୀ ଶିକ୍ଷୟତ୍ରୀ ଓ ଜଣେ ପ୍ରଧାନଶିକ୍ଷକ ତା ୩୧.୫.୨୦୨୫ ରିଖ ଦିନ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ତନ୍ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ମାହାନ୍ତିଙ୍କର ଗତ ଡିସେମ୍ବର ମାସରେ ଦେହାନ୍ତ ହେଇଯାଇଥିଲା । ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଓ ଉତରାଧିକାରୀ ପ୍ରମାଣ ପତ୍ର ଦାଖଲ ହେବା ସଙ୍ଗେ ସଙ୍ଗେ ତାଙ୍କର ଉତରାଧିକାରୀ ସ୍ୱାମୀ ଶ୍ରୀ ନବିନ ବିଷୟିଙ୍କୁ ପାରିବାରିକ ଭତା, ଅର୍ଜିତ ଛୁଟି ର ଦରମା ଓ ବିମା ଟଙ୍କା ଆଦି କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଥିଲା । ଆଜି ଆଉ ୫ ଜଣ ପ୍ରଧାନ ଶିକ୍ଷୟିତ୍ରୀ ଜଣେ ସହକାରୀ ଶିକ୍ଷୟତ୍ରୀ ଓ ଜଣେ ପ୍ରଧାନଶିକ୍ଷକ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ୫ ଜଣ ପ୍ରଧାନ ଶିକ୍ଷୟିତ୍ରୀ ଆରତି ମିଶ୍ର, ପ୍ରତିଭା ଷଡ଼ଙ୍ଗୀ, ସଂଯୁକ୍ତା ତ୍ରିପାଠୀ, ପଙ୍କଜିନି ସାହୁ ଓ ସବିତା ରାଣି ମଣ୍ଡଳଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ପ୍ରଭିଜିନାଲ୍ ପେନସନ୍ ଆଦେଶ ପ୍ରଦାନ କରାଯାଇଥିଲା ।
ସେମାନଙ୍କ ପେନସନ୍ ପେପର୍ ହିସାବ ନିୟନ୍ତ୍ରଣ ଅଧିକାରୀ ଖୁବ୍ ଶୀଘ୍ର ମଞ୍ଜୁର କରିବେ ବୋଲି ସୂଚନା ମିଳିଛି ଅନ୍ୟ ଜଣେ ଶିକ୍ଷୟିତ୍ରୀ ନେତ୍ରାମଣି ଛିନାରା ନୁତନ ପେନସନ ଯୋଜନାରେ ଥିବାଯୋଗୁ ତାଙ୍କର ଭତା ମଞ୍ଜୁର ଅଧିକାରୀ ହିସାବ ରକ୍ଷକ ଅଧିକାରୀ ଭୁବନେଶ୍ୱରଙ୍କୁ ପ୍ରରଣ କରିବା ନିମନ୍ତେ କାଗଜ ପ୍ରସ୍ତୁତ କରାଯାଇଥିବା ଜଣା ପଡିଛ । ଅପରପକ୍ଷରେ ପୁଜାରୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇନ୍ଦ୍ର ପ୍ରଧାନଙ୍କୁ ଅବସର ଗ୍ରହଣ କରିବା ପୁର୍ବରୁ ତାଙ୍କୁ ପୁର୍ଣାଙ୍ଗ ପେନସନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ଓ ପ୍ରଧାନ ଙ୍କର ପୁର୍ଣାଙ୍ଗ ପେନସନ ହିସାବ ନିୟନ୍ତ୍ରଣ ଅଧିକାରୀ ଭୁବନେଶ୍ୱର ଅବସର ଗ୍ରହଣ କରିବାର ଗୋଟିଏ ମାସ ପୁର୍ବରୁ ମଞ୍ଜୁର କରିଥିବା ଜଣାପଡିଛି । ଶ୍ରୀ ପ୍ରଧାନ ଜଣେ କର୍ମଷ୍ଠ, ସମୟାନୁବର୍ତିତା ଶିକ୍ଷା କ୍ଷେତ୍ରରେ ତାଙ୍କର ଭୁମିକା ବହୁତ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ କହିଛନ୍ତି । ଶ୍ରୀ ପ୍ରଧାନ ଙ୍କର ନିର୍ମଳ ସେବା ପୁସ୍ତିକା ଆଧାର ହିସାବ ନିୟନ୍ତ୍ରଣ ଅଧିକାରୀ ଖୁବ୍ କମ ସମୟରେ ତାଙ୍କର ପୁର୍ଣାଙ୍ଗ ପେନସନ ମଞ୍ଜୁର ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଦିବା ଏକ ଘଟିକା ସମୟରେ ଅନୁଷ୍ଠିତ ପେନସନ୍ ଆଦେଶ ପ୍ରଦାନ ଉତ୍ସବ ରେ ବିଭାଗୀୟ ଅଧିକାରୀ ଶ୍ରୀ ପଦ୍ମେଶ୍ୱର ବିଷୋୟୀ, ବରିଷ୍ଠ ସହାୟକ ତଥା ସଂସ୍ଥାପନା ବିଭାଗୀୟ କର୍ମଚାରୀ ଶଶୀଭୂଷଣ ଦାଶ୍, ହିସାବ ରକ୍ଷକ ଶାନ୍ତନୁ ଜେନା, ରଞ୍ଜିତ ମହାନ୍ତି, ମନୋଜ ପଟ୍ଟନାୟକ, ଲିପସା ମୁରଲି ସାହୁ, ସୁନିତା ନାୟକ, ସୁଭଶ୍ରୀ ପାତ୍ର, ରମେଶ ପାଲକା, କମଳୁ ନାୟକ, କିରଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି