ଜୁନ୍ ୧ରେ ଖୋର୍ଦ୍ଧାରୋଡ ରେଲୱେର ମେଗା ମାରାଥନ, ଯୋଗଦେବେ ଯବାନ, ଟି-ସାର୍ଟ ଉନ୍ମୋଚିତ
ଖୋର୍ଦ୍ଧା, ୩୧ ମଇ (ହି.ସ.) - ଖୋର୍ଦ୍ଧାରୋଡ ରେଲୱେ ସ୍ପୋଟ୍‌ର୍ସ ଆସୋସିଏସନ ପକ୍ଷରୁ ଆସନ୍ତାକାଲି ହେବାକୁ ଯାଉଥିବା ହାଫ୍ ମାରାଥନର ଟି-ସାର୍ଟ ଉନ୍ମୋଚିତ ହୋଇଛି । ଡିଭିଜନ ପ୍ରବନ୍ଧକ ଏଚ୍‌ଏସ୍ ବାଜୱା ଏହାକୁ ଉନ୍ମୋଚନ କରିଥିଲେ । ଅତିରିକ୍ତ ପ୍ରବନ୍ଧକ ତଥା ସ୍ପୋଟ୍‌ର୍ସ ଆସୋସିଏସନ ଉପାଧ୍ୟକ୍ଷ ପିକେ ବେହ
ମାରାଥନ


ଖୋର୍ଦ୍ଧା, ୩୧ ମଇ (ହି.ସ.) - ଖୋର୍ଦ୍ଧାରୋଡ ରେଲୱେ ସ୍ପୋଟ୍‌ର୍ସ ଆସୋସିଏସନ ପକ୍ଷରୁ ଆସନ୍ତାକାଲି ହେବାକୁ ଯାଉଥିବା ହାଫ୍ ମାରାଥନର ଟି-ସାର୍ଟ ଉନ୍ମୋଚିତ ହୋଇଛି । ଡିଭିଜନ ପ୍ରବନ୍ଧକ ଏଚ୍‌ଏସ୍ ବାଜୱା ଏହାକୁ ଉନ୍ମୋଚନ କରିଥିଲେ । ଅତିରିକ୍ତ ପ୍ରବନ୍ଧକ ତଥା ସ୍ପୋଟ୍‌ର୍ସ ଆସୋସିଏସନ ଉପାଧ୍ୟକ୍ଷ ପିକେ ବେହେରା, ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ ବିତ ପ୍ରବନ୍ଧକ ତଥା କ୍ରୀଡା ଅଧିକାରୀ ହିମାଦ୍ରୀ ଭୂଷଣ ବିଶ୍ୱାଳ ଉପସ୍ଥିତ ରହିଥିଲେ । ଆଇଆଇଟିର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଜଟଣୀରେ ଆୟୋଜନ ହେବାକୁ ଯାଉଥିବା ମେଗା ମାରାଥନରେ ୮ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ମହିଳା ପୁରୁଷ ଭାଗ ନେବେ। ଭାଗନେବା ପାଇଁ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ଉତରପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ ରାଜ୍ୟରୁ ୧୨ଶହରୁ ଅଧିକ ପଞ୍ଜିକରଣ କରିଛନ୍ତି । ଏଥିରେ ଏନ୍‌ଡିଆରଏଫ୍‌, ସିଆଇଏସଏଫ୍‌, ଆଇଓସିଏଲ, ନାଇଜର, ଆଇଆଇଟି, ସ୍କାଉଟ ଗାଇଡ୍‌ସ, ସିଭିଲ ଡିଫେନ୍‌ସ, ଆରପିଏଫ୍ ଯବାନ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ପାଇଁ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆଥଲେଟ୍ ତଥା ଧାବିକା ଦୁତୀ ଚାନ୍ଦ ମାରାଥନରେ ସାମିଲ ହେବେ । ମାରାଥନରେ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଭାଗନେବେ । ୨୧.୧ କିମି, ୧୦କିମି, ୫କିମି, ୨କିମି ଚାରିଭାଗରେ ସକାଳ ସାଢ଼େ ୪ଟାରେ ସ୍ଥାନୀୟ ରେଲୱେ ଷ୍ଟାଡିୟମରୁ ମାରାଥନ ଆରମ୍ଭ ହେବ । ଏହି ମାରାଥନ ଆଇଆଇଟି କ୍ୟାମ୍ପସ ପର୍ଯ୍ୟନ୍ତ ଯାଇ ପୁନଃ ରେଲୱେ ଷ୍ଟାଡିୟମରେ ପହଂଚିବ। ଏଥିପାଇଁ ମୋଟ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଅଂଶଗ୍ରହଣକାରୀଙ୍କୁ ଟି-ସାର୍ଟି,ସାର୍ଟିଫିକେଟ, ପଦକ ଆଦି ପ୍ରଦାନ କରାଯିବ ବୋଲି ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande