ସମ୍ବଲପୁର, ୩୧ ମଇ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କମଳିନୀ ନାଏକ ଆଜି ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ୱନାଥ କଣ୍ଡରା, ସ୍କୁଲ ଆଲୁମିନି କମିଟି ସଭାନେତ୍ରୀ ମଧୁସ୍ମିତା ମହାପାତ୍ର, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀମତୀ ନାଏକଙ୍କ ଅବସର କାଳୀନ ଜୀବନ ସୁଖମୟ ଓ ନିରୋଗ ଜୀବନ ଯାପନର କାମନା କରି ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ। ନିଜର ଶିକ୍ଷକତା ଜୀବନରେ ଶ୍ରୀମତୀ ନାଏକ କେବଳ ପିଲାଙ୍କୁ ପାଠ ପଢ଼ାଇବାରେ ସୀମିତ ନରହି ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ନିଜର ଉଜ୍ୱଳ ଭବିଷ୍ୟତ ଗଢିପାରିବେ ସେ ଦୀଗରେ ମଧ୍ୟ ବିଶେଷ ଧ୍ୟାନ ଦେଉଥିଲେ । ଏତଦ୍ ବ୍ୟତୀତ ସର୍ବଦା ବିଦ୍ୟାଳୟର ଉନ୍ନୟନ ପ୍ରତି ଯତ୍ନବାନ ରହିବା ସହ ସହକର୍ମୀ ମାନଙ୍କ ସହ ନିବିଡତା ଆଜିର ବିଦାୟ ଉତ୍ସବ ବେଶ୍ ହୃଦୟସ୍ପର୍ଶୀ କରାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ