ଜୟପୁର, ୩୧ ମେ (ହି.ସ.) - କୋରାପୁଟ ଜିଲା ଜୟପୁର ରାଜୁ ସାହି ପଂଚାନନ ଶୈବପୀଠ, ଅଷ୍ଟଶମ୍ଭୁକ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ମନ୍ଦିରର ପରମ୍ପରା ଅନୁସାରେ ପ୍ରଥମେ ମଙ୍ଗଳନ ଓ ପଂଚଦେବତା ପୁଜା କରିବା ପରେ ଗୋଧୁଳି ଲଗ୍ନ ରେ ବିବାହ କାଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ବରପିତା ଭାବେ ଅରୁଣ କୁମାର ମିଶ୍ର ଓ ବରମାତା ଭାବେ ଇତିଶ୍ରୀ ମିଶ୍ର , କନ୍ୟାପିତା ଭାବେ ପିତା ପ୍ରଦୀପ ସାମନ୍ତରାୟ ଓ କନ୍ୟା ମାତା ଭାବେ ସଂଯୁକ୍ତା ପାଢୀ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ । ପ୍ରଥମେ ଶିବ ଙ୍କୁ ବାବା ବୈଦନାଥ ମନ୍ଦିରରୁ ବିରାଟ ପଟୁଆରରେ ବରଯାତ୍ରି ଶୋଭାଯାତ୍ରା ରେ ବାହାର କରି କୁଞ୍ଜବିହାରି ମନ୍ଦିର କୁ ନିଆଯାଇଥିଲା । ସେଠାରୁ ମନ୍ଦିର କୁ ନିଆଯାଇ ସେଠାରେ ଶିବଙ୍କ ବାଟ ବରଣ କରାଯାଇଥିଲା । ବାଟ ବରଣ କରାଯିବା ପରେ ବିବାହ ବେଦି କୁ ନିଆଯାଇ ବିବାହ କାଯ୍ୟ ଆରମ୍ଭ କରାଯାଇ ଥିଲା । ପଂଚାନନ ମନ୍ଦିର ରେ ଗତକାଲି ମଙ୍ଗଳକୃତ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶିବ ବିବାହ ଓ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁଜା କମିଟିର ସଦସ୍ୟ ଙ୍କ ସହ ମନ୍ଦିରର ମୁଖ୍ୟ ପୁଜକ ହରି ତ୍ରିପାଠି ଙ୍କ ସହ ସହରର ସାହି ବାସିନ୍ଦା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ବିବାହରେ ପୁରୋହିତ ଭାବେ ମନୋରଞ୍ଜନ ଦାଶ ଓ ସୁରେନ୍ଦ୍ର ମହାପାତ୍ର କାଯ୍ୟ ତୁଲାଇ ଥିଲେ । କମିଟିର ନବ କୃଷ୍ଣ ରଥ, ଭାରତ ପଟ୍ଟନାୟକ, ଜଗନ୍ନାଥ ମିଶ୍ର , ଶ୍ୟାମଳ ପଟ୍ଟନାୟକ, ଅଲେଖ ପାତ୍ର, ଖଗପତି ଗୌଡ, ଦୁର୍ଗା ପ୍ରସାଦ ମିଶ୍ର,ବୈଦନାଥ ମିଶ୍ର, ନିଲୁ ମହାପାତ୍ର, ସବିତ ଶତପଥି, ମୁନା ମିଶ୍ର, ରିଙ୍କୁ ନାୟକ, ମିନ କେତନ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଭାବେ ସହରର ପୁରୁଣାଗଡ ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର, ମହାତ୍ମାଗାନ୍ଧି ରୋଡ ସ୍ଥିତ ହଟକେଶ୍ୱର ମନ୍ଦିରରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାନଙ୍କରେ ବିବାହ ସମୟରେ ଭକ୍ତ ମାନେ ଉପସ୍ଥିତ ରହିଥିବା ବେଳେ ଦେବୋତର ବିଭାଗ ତରଫରୁ ମଧ୍ୟ ମନ୍ଦିର ମାନଙ୍କରେ ସବୁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି