ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରରେ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା
ସମ୍ବଲପୁର, ୩୧ ମଇ (ହି.ସ.) - ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମଗ୍ର ସମ୍ବଲପୁର ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ଯାତ୍ରା କମିଟିର ସ୍ୱେଚ୍ଛାସେବୀମାନେ ମଧ୍ୟ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ପାଇଁ ଲାଗିଛନ୍ତି । ସହରର ବି
ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରରେ ବ୍ଯାପକ ଟ୍ରାଫିକ୍ ବ୍ୟବସ୍ଥା


ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରରେ ବ୍ଯାପକ ଟ୍ରାଫିକ୍ ବ୍ୟବସ୍ଥା


ସମ୍ବଲପୁର, ୩୧ ମଇ (ହି.ସ.) - ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମଗ୍ର ସମ୍ବଲପୁର ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ଯାତ୍ରା କମିଟିର ସ୍ୱେଚ୍ଛାସେବୀମାନେ ମଧ୍ୟ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ପାଇଁ ଲାଗିଛନ୍ତି । ସହରର ବିଭିନ୍ନ ମୁଖ୍ୟ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପୋଲିସ ପକ୍ଷରୁ ସ୍ଥାୟୀ ଚେକ୍‌ପୋଷ୍ଟ ବ୍ୟତୀତ ଟେଂଟ ପକାଯାଇଛି । ଅନ୍ୟ ପକ୍ଷରେ ଆଜି ଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ ଅଇଁଠାପାଲି ଆଦର୍ଶମାର୍ଗ ଛକ ଠାରୁ ଲକ୍ଷ୍ମୀ ଟକିଜ୍ ଛକ ମଧ୍ୟରେ ଚାରି ଚକିଆ ଯାନବାହନ ଚଳାଚଳ ବନ୍ଦ ରହିବ । ଏହା ପରିବର୍ତେ ଜୟଗୁରୁ ଛକ, ପାଂଚଗଛିଆ ଛକ, ରେମେଡ଼ ଛକ କିମ୍ବା କାବେରୀ ହୋଟେଲ ଛକ ଦେଇ ସହର ମଧ୍ୟକୁ ପ୍ରବେଶ କରାଯାଇ ପାରିବ । ଗଙ୍ଗାଧର ମେହେର କଲେଜ ଛକ ଓ ବୁଢ଼ାରଜା ମଧ୍ୟରେ ଚାରିଚକିଆ ଯାନ ଚଳାଚଳ ବନ୍ଦ ରହିବ । ହେଲେ ଏହି ରାସ୍ତାରେ ଆସୁଥିବା ଲୋକେ ଜଗନ୍ନାଥ ଅଣ୍ଡରପାସ୍ କିମ୍ବା ଟାଙ୍ଗରପାଲି ଓଭରବ୍ରିଜ୍ ବ୍ୟବହାର କରି ପାରିବେ । ସରଲାକାନୀ ଛକରୁ ଭିଏସ୍‌ଏସ୍ ମାର୍ଗରୁ ଶକ୍ତି ମିଷ୍ଟାନ୍ନ ଭଣ୍ଡାର ରାସ୍ତା ପରିବର୍ତେ ଧନକଉଡ଼ା ଛକ ଦେଇ ସହରକୁ ଚାରିଚକିଆ ଯାନ ଆସି ପାରିବ । ଧନୁପାଲି ଛକ ଠାରୁ ଜେଲ୍ ଛକ ମଧ୍ୟରେ ଚାରିଚକିଆ ଯାନ ଓ ଅଟୋ ଚଳାଚଳ ଉପରେ କଟକଣା ରହିବ । ହେଲେ ଜରୁରୀକାଳୀନ ଗାଡ଼ି ମୋଟର ଯା’ ଆସ କରିପାରିବ । ଚୌଧୁରୀ ଛକରୁ ଧନୁପାଲି ଛକ ଓ ମାନେଶ୍ୱର ଛକ ଆଡ଼କୁ ଯାଉଥିବା ସମସ୍ତ ଯାନଗୁଡ଼ିକ ଜାତୀୟ ରାଜପଥ ଜୟନ୍ତପୁର ଛକ ଦେଇ ଯା’ ଆସ କରିପାରିବ । ଏହା ଅତିରିକ୍ତ ମ୍ୟୁନିସିପାଲଟି ଛକରୁ ଲକ୍ଷ୍ମୀ ଟକିଜ୍ ଛକ ମଧ୍ୟରେ ସମସ୍ତ ପ୍ରକାର ଯାନ ଚଳାଚଳ ବନ୍ଦ ରହିବ। ଏହି ରାସ୍ତା ଦେଇ ଯା’ ଆସ ପାଇଁ ରିଂରୋଡ଼ରୁ ବାଲିବନ୍ଧା ଛକ ରାସ୍ତା ବ୍ୟବହାର କରାଯାଇ ପାରିବ। ବଡ଼ବଜାର ଷ୍ଟେଟବ୍ୟାଙ୍କରୁ ବଡ଼ବଜାର ମାଲିବାଡ଼ି ଛକ ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ୨ ତାରିଖ ପର୍ଯ୍ୟନ୍ତ ଚାରିଚକିଆ ଯାନ ଉପରେ କଟକଣା ରହିବ । ବାଲିବନ୍ଧା ଛକରୁ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସନ୍ତା କାଲି ଓ ସୋମବାର ଚାରିଚକିଆ ଯାନ ଉପରେ କଟକଣା କରାଯିବ । ସେହିଭଳି ମୁଦିପଡ଼ା ଛକରୁ ଗଙ୍ଗାଧର ମେହେର କଲେଜ ଛକରେ ଆଜି ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande