ଶିଶୁ ମନ୍ଦିର ଗୁରୁଜୀଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଚମ୍ପୁଆ, ୩୧ ମଇ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶିକ୍ଷା ବିକାଶ ସମିତି ଓଡିଶା, ଉତ୍ତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର,
ଶିଶୁ ମନ୍ଦିର ଗୁରୁଜୀଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା


ଚମ୍ପୁଆ, ୩୧ ମଇ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶିକ୍ଷା ବିକାଶ ସମିତି ଓଡିଶା, ଉତ୍ତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର, ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ଭୋଳାନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାଏକ, କୋଷାଧ୍ୟକ୍ଷ ସଦାନନ୍ଦ ଦେହୁରୀ, ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଦି ମଞ୍ଚାସୀନ ଥିଲେ । ଏଥିସହିତ ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟା, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ଚତୁର୍ଭୁଜ ପ୍ରଧାନ, ଘନଶ୍ୟାମ ମହାନ୍ତ, ଦୁଷ୍ମନ୍ତ କୁମାର ମହାନ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ଅଧିକାରୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ବକ୍ତବ୍ୟ ଛଳରେ ବସନ୍ତ ଗୁରୁଜୀ ଜଣେ ସରଳ, ଭଦ୍ର, ଶାନ୍ତ, ନମ୍ର, ନିରାଡ଼ମ୍ବର, ମେଳାପୀ, କର୍ତ୍ତବ୍ୟନିଷ୍ଠ ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି କହିଥିଲେ । ସେ ୧୯୯୯ ମସିହାରେ ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରୁ ଆଚାର୍ଯ୍ୟ ଜୀବନ ଆରମ୍ଭ କରିଥିଲେ । ତା’ ପୂର୍ବରୁ ସେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ ।

ଏହି ଅବସରରେ ବସନ୍ତ ଗୁରୁଜୀଙ୍କୁ ବିଦ୍ୟାଳୟ ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ ,ବିଭିନ୍ନ ସ୍ମୃତି ଫଳକ ଓ ଚେକ୍ ଆଦି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଭିମୁଖ୍ୟ କଥନ କରିଥିଲେ । ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande