ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ ଭୁବନେଶ୍ୱର, 31 ମେ (ହି.ସ.) ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶନିବାର ଦିନ ବ୍ରହ୍ମପୁର ଆର ଏଂଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ


ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, 31 ମେ (ହି.ସ.) ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶନିବାର ଦିନ ବ୍ରହ୍ମପୁର ଆର ଏଂଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢାଉ କରାଯାଉଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀପଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ବ୍ରହ୍ମପୁର ଓ ଭୁବନେଶ୍ବରର ଏକକାଳୀନ ୪ଟି ସ୍ଥାନରେ ଚଢାଉ କରା ଯାଉଛି । ଏହି ଚଢାଉରେ ୩ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି), ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ଦ୍ବାରା ଚଢାଉ ଜାରି ରହିଛି।

ବ୍ରହ୍ମପୁର ଧର୍ମନଗର ରେ 2 ବିଏଚକେ ଫ୍ଲାଟ, ବ୍ରହ୍ମପୁର ମୟୂରୀ ବିହାର ରେ ଦୁଇମହଲା ଘର, ବ୍ରହ୍ମ ପୁର ଅଫିସ, ଭୁବନେଶ୍ୱର ସହିଦନଗର ଇଭସ ଏକସ୍ଟିକା ରେ 3 ବିଏଚକେ ଫ୍ଲାଟ ରେ ଭିଜିଲାନ୍ସ ଚଢ଼ଉ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande