ଆର ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ
ଗଞ୍ଜାମ, ୩୧ ମଇ (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଆଜି ସକାଳ ଠାରୁ ଏହି ଚଢ଼ଉ ଜାରି ରହିଛି । ଭିଜିଲାନ୍ସ ଟିମ୍
ଆର ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ


ଗଞ୍ଜାମ, ୩୧ ମଇ (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଆଜି ସକାଳ ଠାରୁ ଏହି ଚଢ଼ଉ ଜାରି ରହିଛି । ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସ୍ଥିତ ଦିଲ୍ଲୀପଙ୍କ କାର୍ଯ୍ୟାଳୟ, ଧର୍ମନଗରରେ ଥିବା ୨ ବିଏଚକେ ଫ୍ଲାଟ, ମୟୂରବିହାରରେ ଥିବା ୨ ମହଲା ବିଶିଷ୍ଟ କୋଠା ଏବଂ ଭୁବନେଶ୍ୱର ସହିଦ୍ ନଗରରେ ଥିବା ୩ ବିଏଚକେ ଫ୍ଲାଟରେ ଚଢ଼ଉ କରିଛି । ତେବେ ଚଢ଼ଉ ଜାରି ରହିଥିବାରୁ ଅଦ୍ୟାବଧି କେତେ ସମ୍ପତି ଜବତ ହୋଇଛି ତାହା ଜଣାପଡିନାହିଁ ।

ଏହି ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ୍ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande