କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ପାଣିକୋଇଲିରେ ସ୍ଵାଗତ
କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ଠାରେ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଜି ଦଳୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଗସ୍ତ ଅବସରରେ ପାଣିକୋଇଲି ଠାରେ ଯୁବ କଂଗ୍ରେସ ନେତା ରାକେଶ ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶ୍ରୀ କାଡାମଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ପାଣିକୋଇଲିରେ ସ୍ଵାଗତ


କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ଠାରେ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଜି ଦଳୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଗସ୍ତ ଅବସରରେ ପାଣିକୋଇଲି ଠାରେ ଯୁବ କଂଗ୍ରେସ ନେତା ରାକେଶ ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶ୍ରୀ କାଡାମଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କଂଗ୍ରେସକୁ ମଜବୁତ କରିବାର ସମୟ ଆସିଯାଇଛି ଯଦି ଆପଣମାନେ କରିପାରିଲେ ତେବେ ୨୦୨୯ରେ ଆମେ ନିଶ୍ଚୟ ସରକାର କରିବା ବୋଲି ଶ୍ରୀ କାଡାମ ନିଜ ପ୍ରତିକ୍ରିୟାରେ କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଗୁଣି ଜେନା, ଗଣେଶ୍ୱର ଦାସ, ନାରାୟଣ ବେହେରା, ସେକ ବଦ୍ରିଉଦ୍ଦିନ, ନୀଳମଣି ମହାପାତ୍ର, ଉମାକାନ୍ତ ବେହରା, ଅରୁପାନନ୍ଦ ମଲ୍ଲିକ, ସତ୍ୟ ପ୍ରକାଶ କୁଅଁର, ବାଦଲ ବେହେରା, ପ୍ରଫୁଲ୍ଲ ପାଢୀ, କିଶୋର ମଲ୍ଲିକ, ଦିଲ୍ଲୀପ ସେନାପତି, ବିରଜା ଚୌଧୁରୀ, ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande