କେନ୍ଦ୍ରାପଡା, ୩୧ ମଇ (ହିସ) : କେନ୍ଦ୍ରାପଡା ତୁଳସୀ ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରେଫସର୍ ରଞ୍ଜିତ୍ ରଞ୍ଜନ ସାହୁ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ପ୍ରେଫସର୍ ସାହୁ ବ୍ରାହ୍ମଣୀ ମହାବିଦ୍ୟାଳୟ, ଦାଣ୍ଡିସାହିରୁ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ତାଙ୍କର ବୃତିଗତ ଜୀବନ ଆରମ୍ଭ କରି ପର ପର୍ଯ୍ୟାୟେର ବଦଳି ହୋଇ ତୁଳସୀ ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥେôଲ। ପ୍ରେଫସର୍ ସାହୁଙ୍କ କାର୍ଯ୍ୟ ଦକ୍ଷତା, ଛାତ୍ରୀ ବତ୍ସଳତା ଏବଂ ସହକର୍ମୀ ମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ôୟହାର ଦ୍ୱାରା ଅଭିଭାବକ, ସହକର୍ମୀ ମାନଙ୍କ ସହ କେନ୍ଦ୍ରାପଡ଼ା ବୁଦ୍ଧିଜୀବୀ ମାନଙ୍କ ମଧ୍ୟେର ଲୋକପ୍ରିୟ ହୋଇ ପାରିଥେôଲ। ସମାଜ ବିଜ୍ଞାନ ବିଭାଗର ମୂଖ୍ୟ ପ୍ରାଧ୍ୟାପକ ଡ଼ ମଥୁରୀ ଚରଣ ନାୟକ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭୋବ ପ୍ରେଫସର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ସହିତ ଗଣିତ ବିଭାଗର ମୂଖ୍ୟ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତି ମଧ୍ୟ ଅବସର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ଡ଼ ଦିଲ୍ଲୀପ କୁମାର ମିଶ୍ର, ଗୋଲଖ ଚନ୍ଦ୍ର ମହୋଭାଇ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷ ପ୍ରେଫସର୍ ରଞ୍ଜିତ୍ ରଞ୍ଜନ ସାହୁଓ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତିଙ୍କୁ ବିଦାୟୀ ସମ୍ବଦ୍ଧର୍ନା ଜଣାଇବା ସହ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ମଥୁରୀ ଚରଣ ନାୟକଙ୍କୁ ସ୍ୱାଗତ କରିଥେôଲ।
---------------
---------------
ହିନ୍ଦୁସ୍ଥାନ ସମାଚାର / ରବି