କିଡନୀ ରୋଗରେ ପୀଡିତ ସାମ୍ବାଦିକଙ୍କୁ ଅଂଶୁମାନଟ୍ରଷ୍ଟ ପକ୍ଷରୁ ସହାୟତା
ଧର୍ମଶାଳା,୩୧ମଇ (ହି.ସ.) - ଯାଜପୁର ଜିଲା ବରିଷ୍ଠ ତଥା ସକାଳ ଖବର କାଗଜର ଜିଲା ପ୍ରତିନିଧି କିଛି ଦିନ ହେବ କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆଜି ସହାୟତା ରାଶି ପ୍ର
କିଡନୀ ରୋଗରେ ପୀଡିତ ସାମ୍ବାଦିକଙ୍କୁ ଅଂଶୁମାନଟ୍ରଷ୍ଟ ପକ୍ଷରୁ ସହାୟତା


ଧର୍ମଶାଳା,୩୧ମଇ (ହି.ସ.) - ଯାଜପୁର ଜିଲା ବରିଷ୍ଠ ତଥା ସକାଳ ଖବର କାଗଜର ଜିଲା ପ୍ରତିନିଧି କିଛି ଦିନ ହେବ କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯାଇଛି । ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ସନ୍ଦିପ୍ତ ରାୟ ଗତ କିଛି ଦିନ ହେଲା କିଡନୀ ରୋଗରେ ପୀଡିତ ହୋଇଛନ୍ତି । ତାଙ୍କର ଦୁଇ ଗୋଟି କିଡନୀ ନଷ୍ଟ ହୋଇଯାଇଥିବା ବେଳେ ନୂତନ କିଡନୀ ରୋପଣ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ନୂତନ କିଡନୀ ଲାଗିବା ପର୍ଯ୍ୟନ୍ତ ସେ ଏବେ ଭୁବନେଶ୍ୱରସ୍ଥିତ ଆପୋଲୋ ହସପିଟାଲରେ ଡାଇଲୋସିଶ କରାଉଛନ୍ତି । ହେଲେ ନୂତନ ଭାବେ କିଡନୀ ପ୍ରତିରୋପଣ କରିବାକୁ ବହୁ ଟଙ୍କାର ଆବଶ୍ୟକ ପଡୁଥିବା ବେଳେ ଏତେ ଗୁଡିଏ ଟଙ୍କା ଜମା କରିବା ତାଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡିଛି । ଭୁବନେଶ୍ୱରପୁର ଠାରେ ସନ୍ଦିପ୍ତଙ୍କ ଘର ହୋଇଥିବା ବେଳେ ଖବର କାଗଜ କାମ ପାଇଁ ସେ ଯାଜପୁର ଟାଉନରେ ଭଡା ଘର ନେଇ ଛୋଟ ଛୋଟ ୨ ଟି ପିଲା ଓ ପତ୍ନୀଙ୍କ ସହିତ ଏକ ଭଡା ଘରେ ରହୁଛନ୍ତି । ଏଭଳି ଅବସ୍ଥାରେ ତାଙ୍କୁ ସହାୟତା ଯୋଗାଇ ଦେବା ଲାଗି ସାମ୍ବାଦିକ ସଙ୍ଗଠନ ଠାରୁ ଆରମ୍ଭ କରି ବହୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି । ସନ୍ଦିପ୍ତଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ ଧର୍ମଶାଳା ବିଧାୟକ ତାଙ୍କୁ କିଛି ଆର୍ଥୀକ ସହାୟତା ଯୋଗାଇଦେବାକୁ ନିଷ୍ପତି ନେବା ସହ ତାଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସହାୟତାରେ ଆଜି ଶ୍ରୀ ରାୟଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ରାଜେଶ କୁମାର ପାଳଙ୍କ ନେତୃତ୍ୱରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟ ରମେଶ ବେହେରା, ଆଲୋକ ପ୍ରଧାନ, ହିମାଂଶୁ ଶେଖର ମହାନ୍ତି ଏବଂ ସାମ୍ବାଦିକ ଗୁଲାମ ଗସ ଓ ସଞ୍ଜୟ କୁମାର ମିଶ୍ର ଆଜି ପୁର୍ବାହ୍ନରେ ସାମ୍ବାଦିକ ସନ୍ଦିପ୍ତ ରାୟଙ୍କ ଯାଜପୁର ଟାଉନସ୍ଥିତ ଘରେ ପହଁଚି ଅର୍ଥରାଶି ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande